ଏନଡିଏ ସରକାରର ଦ୍ଵିତୀୟ କାର୍ଯ୍ୟକାଳକୁ ୧୮୦ ଦିନ , ଟ୍ଵିଟ୍ କରି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

0 2

ନୂଆଦିଲ୍ଲୀ,୩୦/୧୧: କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରର ଦ୍ଵିତୀୟ କାର୍ଯ୍ୟକାଳକୁ ୧୮୦ ଦିନ ଅର୍ଥାତ ଛଅ ମାସ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ତାଙ୍କ ସରକାର ଦେଶର ବିକାଶ, ସାମାଜିକ ସଶକ୍ତିକରଣ ଓ ଏକତାକୁ ଅଗ୍ରାଧିକାର ଦେଇ ଅନେକ ନିଷ୍ପତ୍ତି ନେଇଛନ୍ତି। ମୋଦୀ ହ୍ୟାସଟ୍ୟାଗରେ ଭାରତର ପ୍ରଥମ ଛଅ ମାସ ଲେଖି ଦୁଇଟି ଟ୍ଵିଟ୍ କରିଛନ୍ତି।

ମୋଦୀ କହିଛନ୍ତି ଯେ, ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସର ଧୈର୍ଯ୍ୟରେ ପ୍ରେରିତ ହୋଇ ଏବଂ ୧୩୦ କୋଟି ଭାରତୀୟଙ୍କ ଆଶୀର୍ବାଦରେ ଏନଡିଏ ସରକାର ନୂତନ ଉତ୍ସାହ ସହ ଭାରତର ବିକାଶ ଓ ୧୩୦ କୋଟିଙ୍କ ଜୀବନକୁ ସଶକ୍ତ କରିବା ପାଇଁ କାମ କରିବାକୁ ଜାରି ରଖିଛୁ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଛଅ ମାସରେ ଆମେ ଏମିତି ଅନେକ ନିଷ୍ପତ୍ତି ନେଇଛୁ ଯାହା ବିକାଶ, ସାମାଜିକ ସଶକ୍ତିକରଣ ଓ ଦେଶର ଏକତାକୁ ମଜବୁତ କରିବ। ଆମେ ଆଗାମୀ ସମୟରେ ଆହୁରି କିଛି କରିବାକୁ ଇଚ୍ଛା ରଖିଛୁ, ଯଦ୍ଵାରା ଆମେ ସମୃଦ୍ଧ ଓ ପ୍ରଗତିଶୀଳ ନୂତନ ଭାରତ ନିର୍ମାଣ କରି ପାରିବୁ।

Leave A Reply

Your email address will not be published.