କରୋନା ଭାଇରସ୍‌କୁ ଦୂରେଇ ଦେବ ସୂର୍ଯ୍ୟରଶ୍ମି : କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର

0 16

ନୂଆଦିଲ୍ଲୀ,୧୯/୩: କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ବିଶ୍ୱବ୍ୟାପୀ ଏଥିରେ ୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଲାଣି। ଏହାସହ ୨ଲକ୍ଷରୁ ଊର୍ଦ୍ଧ୍ୱ ଏଥିରେ ସଂକ୍ରମିତ ହୋଇଥିବା ସୂଚନା ରହିଛି। କରୋନାର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନ ଥିବାରୁ ଏବେ ସାରା ବିଶ୍ୱ ଏହାକୁ ନେଇ କରି ଚାଲିଛି ଗବେଷଣା। ଇତିମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କରୋନା ଭାଇରସକୁ ନେଇ ତାଙ୍କର ମତ ରଖିଛନ୍ତି। ସେ କହିଛନ୍ତି ଖରାରେ ବା ସୂର୍ଯ୍ୟରଶ୍ମିରେ ୧୦-୧୫ ମିଟିନ୍‌ ରହିଲେ କରୋନା ଭାଇରସ ଆପଣାଛାଏଁ ମରିଯିବ। ସଂସଦ ବାହାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ଚୌବେ କହିଛନ୍ତି ସୂର୍ଯ୍ୟ କିରଣରୁ ଭିଟାମିନ୍‌ ଡି ମିଳିବା ସହ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଫଳରେ କରୋନା ଭାଇରସ୍‌ ସୂର୍ଯ୍ୟରଶ୍ମିର ପ୍ରଭାବରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। କରୋନା ଭାଇରସକୁ ନେଇ ଉଠୁଥିବା ଗୁଜବରେ ବିଶ୍ୱାସ ନ କରିବାକୁ ସରକାର କହୁଥିବା ବେଳେ ଚୌବେଙ୍କ ଏପରି ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଆସିଛି।

Leave A Reply

Your email address will not be published.