ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ

0 23

ପାଟନା,୯/୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ ମିଳିବ। ଏଥିପାଇଁ ବିହାରର ବକ୍ସର ଜେଲରେ ଚଳିତ ସପ୍ତାହର ଶେଷ ମଧ୍ୟରେ ଫାଶୀ ପାଇଁ ୧୦ଟି ଫନ୍ଦା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ୧୦ଟି ଫନ୍ଦା ମଧ୍ୟରୁ ୪ଟି ଫନ୍ଦା ନିର୍ଭୟା ଦୋଷୀଙ୍କ ପାଇଁ ବୋଲି ଏଥିରୁ ଅନୁମାନ କରାଯାଉଛି।

ବକ୍ସର ଜେଲର ଅଧୀକ୍ଷକ ବିଜୟ କୁମାର ଅରୋଡା କହିଛନ୍ତି ଯେ, ଆମକୁ ଗତ ସପ୍ତାହରେ ଜେଲ ନିର୍ଦ୍ଦେଶାଳୟ ଠାରୁ ଡିସେମ୍ଵର ୧୪ ମଧ୍ୟରେ ୧୦ଟି ଫାଶୀ ଫନ୍ଦା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେ ଜାଣି ନାହୁଁ ଏହି ଫନ୍ଦା କାହା ପାଇଁ ପ୍ରସ୍ତୁତ ରଖାଯାଇଛି। ସଂସଦ ଉପରେ ଆକ୍ରମଣ କରିବା ମାମଲାରେ ଅଫଜଲ ଗୁଋକୁ ଏହିଠାରେ ଫାଶୀ ଦିଆଯାଇଥିଲା।

ଜେଲ ଅଧୀକ୍ଷକ କହିଛନ୍ତି ଯେ, ବକ୍ସର ଜେଲରେ ଫାଶୀ ଫନ୍ଦା ତିଆରି କରାଯାଏ। ୭୨୦୦ ସୂତାରେ ଫାଶୀ ଫନ୍ଦା ତିଆରି କରାଯାଏ। ଏହାକୁ ତିଆରି କରିବା ପାଇଁ ୨ ରୁ ୩ ଦିନ ସମୟ ଲାଗିଥାଏ। ଏଥିପାଇଁ ୫ ରୁ ୬ ଜଣ କଏଦୀ କାମ କରିଥାନ୍ତି। ମେସିନର ମଧ୍ୟ ବ୍ୟବହାର କରାଯାଏ।

Leave A Reply

Your email address will not be published.