ନିର୍ଭୟା ଦୋଷୀ ଅକ୍ଷୟର ପତ୍ନୀ କୋର୍ଟ ବାହାରେ ବେହୋସ

0 5

ନୂଆଦିଲ୍ଲୀ,୧୯ /୩ : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଶୁକ୍ରବାର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ । ଏହା ପୂର୍ବରୁ ପଟିୟାଲା ହାଉସ କୋର୍ଟରେ ଶୁଣାଣି ଶେଷ ହୋଇଛି । ଏହାରି ମଧ୍ୟରେ କୋର୍ଟ ବାହାରେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନୀତା ଦେବୀ ଚେତା ହରାଇଛନ୍ତି । ଅକ୍ଷୟ ନିଜ ପତ୍ନୀ ପୁନୀତାଠାରୁ ଛାଡପତ୍ର ପାଇଁ ଆବେଦନ କରିଛି, କିନ୍ତୁ ପୁନୀତା ଶୁଣାଣି ପାଇଁ ପହଞ୍ଚି ନଥିଲେ । ଏବେ ଏହା ଧରାଯାଉଛି ଯେ ଏହା ସବୁ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ କରାଯାଇଛି ।

ଅକ୍ଷୟ ଠାକରୁର ପତ୍ନୀ ପୁନୀତା ଦେବୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ଏହା ଉପରେ ଔରଙ୍ଗାବାଦରେ ପାରିବାରିକ ନ୍ୟାୟାଳୟରେ ଆଜି ହିଁ ଶୁଣାଣି ହେବାର ଥିଲା, କିନ୍ତୁ ପୁନୀତା ଦେବୀ ଶୁଣାଣି ସମୟରେ କୋର୍ଟରେ ପହଞ୍ଚିନଥିଲେ । ଯାହାପରେ ଆସନ୍ତା 24 ପର୍ଯ୍ୟନ୍ତ ଶୁଣାଣି ସ୍ଥିଗତ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ 20 ଅର୍ଥାତ ଆସନ୍ତାକାଲି ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଦିଆଯିବ । ଏପରିସ୍ଥିତିରେ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଏହା କରାଯାଉଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.