ପଶ୍ଚିମବଙ୍ଗରେ ବିଜେପି ପାର୍ଟି ଅଫିସ ଜାଳିଦେଲେ ଟିଏମସି କର୍ମୀ ।

0 7

ପଶ୍ଚିମବଙ୍ଗ,୧୩/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ଶେଷ ହେଉ ହେଉ ଫୁଣି ଥରେ ଆରମ୍ଭ ହୋଇଯାଇଛି ବିଜେପି-ଟିଏମସି କଳି । ପୂର୍ବରୁ ଦୁଇ ଦଳର କର୍ମୀ ଅନେକ ଥର ମୁହାଁମୁହିଁ ହୋଇ ପ୍ରାଣହାନୀ ପର୍ଯ୍ୟନ୍ତ କଥା ଯାଇଥିବାବେଳେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ଏହି କଳି ସବୁ ସୀମା ପାର କରିଯାଇଛି ବୋଲି କୁହାଯିବ ।

ଗତ ରାତିରେ ପଶ୍ଚିମବଙ୍ଗ ଆସନସୋଲର ସଲାନପୁର ଗାଁରେ ଥିବା ବିଜେପିର ଏକ ସ୍ଥାନୀୟ ପାର୍ଟି ଅଫିସକୁ ନିଆଁ ଲଗାଇ ସମ୍ପୂର୍ଣ୍ଣ ଭାବରେ ଜାଳି ଦେଇଛନ୍ତି ଟିଏମସି କର୍ମୀ । ଏଥିରେ ଅଫିସଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି । ଟିଏମସି କର୍ମୀ ଏହାକୁ ନିଆଁ ଲଗାଇ ଜାଳି ଦେଇଥିବା ନେଇ ଭାରତୀୟ ଜନତା ପାର୍ଟୀ ଅଭିଯୋଗ କରୁଥିଲେ ମଧ୍ୟ ଟିଏମସି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି ।

ତେବେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୋଲିସ ମଧ୍ୟ ପହଁଞ୍ଚି ନିଆଁ କିପରି ଲାଗିଲା ସେ ନେଇ ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

Leave A Reply

Your email address will not be published.