ପୁରୀ ଓ ଲିଙ୍ଗରାଜ ପରେ ଏବେ ସରକାରଙ୍କ ଶୁଭ ଦୃଷ୍ଟିରେ ପ୍ରସିଦ୍ଧ ଶକ୍ତି ପୀଠ ମା ତାରା ତାରିଣୀଙ୍କ ମନ୍ଦିର

0 1

ଗଞ୍ଜାମ,୬/୨: ପୁରୀ, କୋଣାର୍କ ଓ ଲିଙ୍ଗରାଜଙ୍କ ପରେ ଏବେ ସରକାରଙ୍କ ଶୁଭ ଦୃଷ୍ଟିରେ ଦେଶର ସର୍ବପୁରାତନ ଶକ୍ତି ପିଠ ମାଁ ତାରା ତାରିଣୀ । ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବି ମାଁ ତାରା ତାରିଣିଙ୍କ ମନ୍ଦିରର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟ କରଣ କରିବା ଲାଗି ରୁପରେଖ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଅବହେଳିତ ଭାବେ ପଡି ରହିଥିବା ତାରା ତାରେଣୀ ମନ୍ଦିରର ପୁନଃରୁଦ୍ଧାର ପାଇଁ ସରକାରଙ୍କ ନିକଟରେ ବାରମ୍ୱାର ଦାବି ହେଉଥିବାବେଳଏ । 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ କିଛି ଦିନ ତଳେ ମନ୍ଦିର ର ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବା ପରେ ମନ୍ଦିର ର ନବ କଳେବର ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ପଥ ପରିଷ୍କାର କରିଛି।

ଆନୁସଙ୍ଗିକ ସୁବିଧାକୁ ନେଇ ମାଁ ଙ୍କ ପିଠ ସହ ପର୍ବତର ଶିଖରର ସୌନ୍ଦର୍ଯ୍ୟ କରଣ ଲାଗି ନିକଟରେ 5ଟି ଶଚିବ ଭି କେ ପାଣ୍ଡିଆନ ଅନୁଧ୍ୟାନ କରି ଫେରିବା ପରେ ପ୍ରସ୍ତୁତ ହୋଇଥିବା ନୁତନ ରୂପରେଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଚୂଡାନ୍ତ ହୋଇଥିବା ଜଣାପଡିଛି । ଯାହା ଫଳରେ ଖୁବ ଶୀଘ୍ର କାମ ତ୍ବରାନ୍ବିତ କରିବା ଲାଗି ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅର୍କିଟେକଚର ନାରାୟଣ ତ୍ରିପାଠୀ ଙ୍କ ଦ୍ବାରା ପ୍ରସ୍ତୁତ ରୂପରେଖ ମଧ୍ୟରେ ମାଁ ଙ୍କ ପିଠର ସିଂଘ ଦ୍ବାରର ପୁନଃରୁଦ୍ଧାର, ହିଲ ଟପ ସୌନ୍ଦର୍ଯ୍ୟ କରଣ,ମୁଣ୍ଡନ କକ୍ଷ , ପାନୀୟ ଜଳ ବ୍ୟବସ୍ଥା, ପ୍ରସାଦ ମଣ୍ଡପ, ଶୌଚାଳୟ, ଯୋଗ କେନ୍ଦ୍ର, ରେଷ୍ଟ ସେଡ, ,ୱାଚ ଟାୱାର, ପୋଲିସ ଆଉଟ୍ ପୋଷ୍ଟ, ଫାଷ୍ଟ ଏଡ ସେଣ୍ଟର ଭଳି ଅନେକ ବ୍ଯବସ୍ଥା କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଜାହା ଫଳରେ ଦେଶର କୋଣ ଅନୁ କୋଣରୁ ଆସୁଥିବା ପର୍ଯ୍ୟଟକମାନେ ସୁବ୍ଧାରେ ମା ଙ୍କ ଦର୍ଶନ କରିପାରିବେ ।

ଏଠାରେ ସୂଚନାଯୋଗ୍ୟ, ଦେଶର ସର୍ବ ପୁରାତନ ପ୍ରମୁଖ ତିନଟି ଶକ୍ତି ପିଠ ମଧ୍ୟରେ ଅନ୍ୟତମ ମାଁ ତାରାତାରିଣି ଙ୍କ ପିଠର ପୁନଃରୁଦ୍ଧାର ଲାଗି 2004 ମସିହା ରେ ପ୍ରାୟ 50 କୋଟି ଟଙ୍କା ଅଟକଳ ବ୍ୟୟରେ ଆରମ୍ଭ ହଇଥିଲା ପୁନଃରୁଦ୍ଧାର କାର୍ଯ଼୍ୟ । ଗମନା ଗମନ ନିମନ୍ତେ ବ୍ରିଜ, ପ୍ରୋଟେକ୍ସନ ୱାଲ,ଫ୍ଲରିଂ ସୌନ୍ଦର୍ଯ଼୍ୟକରଣ କରିବାର ଲକ୍ଷ ରହିଥିଲା । ହେଲେ ବର୍ତମାନ ସୁଦ୍ଧା ସିଂହ ଦ୍ବାର ଠାରୁ ରୋଷ ଘର କାମ ସରିପାରିନି ।ଜାହାକୁ ନେଇ ବିଭିନ୍ନ ସମୟରେ ବୁଲି ବାକୁ ଆସୁ ଥିବା ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ମନ୍ଦିର ସୌନ୍ଦର୍ଯ୍ୟକୁ ପୁଣି ଥରେ ଫେରାଇ ଆଣିବାର ନିଷ୍ପତି ନେଇଥିବାରୁ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.