ବରଫ ଚାଦରରେ ବଦ୍ରୀନାଥ ମନ୍ଦିର

ଡେରାଡୁନ,୨୭/୧୨: ଉତ୍ତର ଭାରତରେ ଏବେ ପ୍ରବଳ ଶୀତ ଲହରୀ ଜାରି ରହିଛି। ଦିଲ୍ଲୀରେ ତାପମାତ୍ରା ୪.୨ ଡିଗ୍ରୀ ଥିବା ବେଳେ ଉତ୍ତର ଭାରତରେ ଏହା ମାଇନସ ଡିଗ୍ରୀରେ ପହଞ୍ଚିଛି। ଏହାର ପ୍ରଭାବ ଏବେ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ଏଠାରେ ଥିବା ବଦ୍ରୀନାଥ ମନ୍ଦିର ବରଫ ଚାଦରରେ ଆଚ୍ଛାଦିତ ହୋଇଥିବା ଦେଖାଯାଇଛି। କେବଳ ଉତ୍ତରାଖଣ୍ଡ କାହିଁକି କଶ୍ମୀରରେ ମଧ୍ୟ ତୁଷାରପାତ ସାମାନ୍ୟ ଜନଜୀବନ ଉପରେ ପ୍ରଭାବ ପକାଇଛି। ଏଠାରେ ନଦୀ, ହ୍ରଦରେ ବରଫ ଜମାଟ ବାନ୍ଧି ଯାଇଥିବା ବେଳେ ରାସ୍ତା ଉପରେ ମୋଟା ବରଫ ଚାଦର ଯୋଗୁ ଯାତାୟତରେ ନାନା ଅସୁବିଧା ଉପୁଜିଛି।

Comments are closed.