ଭୁବନେଶ୍ୱରରେ ସିଲ ହେବ ୮୦ଟି ବେଆଇନ କଲ୍ୟାଣ ମଣ୍ଡପ

0 1

ଭୁବନେଶ୍ଵର,୩୧/୧: ଭୁବନେଶ୍ୱରରେ ବନ୍ଦ ହେବ ବେଆଇନ କଲ୍ୟାଣ ମଣ୍ଡପ । ବିଏମସି ଓ ବିଡ଼ିଏ ଟାର୍ଗେଟରେ ରହିଛି ୮୦ଟି କଲ୍ୟାଣ ମଣ୍ଡପ । ଫେବ୍ରୁଆରୀ ୨ରୁ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ କଲ୍ୟାଣ ମଣ୍ଡପ ସିଲ୍ କାର୍ଯ୍ୟ ।

ରାଜଧାନୀ ଭୁବନେଶ୍ୱରରେ ଥିବା କିଛି କଲ୍ୟାଣ ମଣ୍ଡପ ହୋଲ୍ଡିଂ ଟିକସ୍ ଦେଉନଥିବା, ବିଲ୍ଡିଂ ପ୍ଲାନିଂ ଅନୁମୋଦନ ହୋଇନଥିବା ଓ ମଣ୍ଡପରେ ପାର୍କିଂ ସୁବିଧା ନଥିବା ଜଣାପଡ଼ିଛି । ତେବେ ଏହି କାରଣରୁ ଭୁବନେଶ୍ୱରରେ ଥିବା ୮୦ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ନିର୍ଦ୍ଦେଶ ରହିଛି । ଫେବୃୟାରୀ ୨ ତାରିଖରୁ ୬ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ଏହି ସବୁ ମଣ୍ଡପ ସିଲ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବିଡ଼ିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଏହି କାର୍ଯ୍ୟ କରିବେ । କେଉଁଦିନ କେଉଁ କଲ୍ୟାଣ ମଣ୍ଡପ ସିଲ କରାଯାଉଛି ତାହାର ତାଲିକା ପ୍ରସ୍ତୁତ କରି ବିଏମସି କମିଶନରଙ୍କ ନିକଟରେ ଦାଖଲ କରିବାକୁ ଜୋନାଲ ଡେପୁଟି କମିଶନ୍‌ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜଧାନୀରେ ମୋଟ ୯୪ ଟି କଲ୍ୟାଣ ମଣ୍ଡପ ରହିଛି । ସେଥିମଧ୍ୟରୁ ୮୦ଟି ମଣ୍ଡପ ସିଲ୍ ତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ରହିଛି । ଏହି ତାଲିକାରେ ରହିଥିବା ୮୦ ଟି ମଣ୍ଡପକୁ ସମସ୍ତ ତ୍ରୁଟି ସୁଧାର ପାଇଁ ଏକମାସ ସମୟ ଦିଆଯାଇଥିଲା । କିନ୍ତୁ ଏହି ସମୟ ସରିଥିଲେ ମଧ୍ୟ କଲ୍ୟାଣ ମଣ୍ଡପକୁଡ଼ିକ ଏହି ନିୟମ ମାନି ନଥିଲେ ।

Leave A Reply

Your email address will not be published.