ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ପରୀକ୍ଷା ଦେବେ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୭/୧୨: ଆସନ୍ତା ମାର୍ଚ୍ଚ ୩ରୁ ଯୁକ୍ତ ୨ ଥିଓରି ପରୀକ୍ଷା ଆରମ୍ଭ ହେବ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଦେବେ। ଆଜି ଭୁବନେଶ୍ବରରେ ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବ। ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଯୁକ୍ତ ୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ସେହି ମାସ ୨୭ ତାରିଖରେ ଶେଷ ହେବ।

ଯୁକ୍ତ ୨ ପରୀକ୍ଷା-୨୦୨୦
-ବିଜ୍ଞାନ: ମାର୍ଚ୍ଚ ୩ରୁ ମାର୍ଚ୍ଚ ୨୮
-ବାଣିଜ୍ୟ: ମାର୍ଚ୍ଚ ୪ରୁ ମାର୍ଚ୍ଚ ୨୬
-କଳା: ମାର୍ଚ୍ଚ ୪ରୁ ମାର୍ଚ୍ଚ ୨୭
-ପ୍ରାକ୍ଟିକାଲ ପରୀକ୍ଷା: ଜାନୁଆରି ୨୭ ରୁ ଫେବ୍ରୁଆରି ୫

ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ବିଜ୍ଞାନ, ବାଣିଜ୍ୟ ଓ କଳାରେ ୨୦୨୦ ବାର୍ଷିକ ପରୀକ୍ଷାରେ ମୋଟ ୩ ଲକ୍ଷ ୪୯ ହଜାର ୧୫୪ ଛାତ୍ରଛାତ୍ରୀ ସାମିଲ ହେବେ। ଏଥି ମଧ୍ୟରୁ ବିଜ୍ଞାନରେ ୯୭ ହଜାର ୫୩୬, ବାଣିଜ୍ୟରେ ୨୫ ହଜାର ୭୭୦, କଳାରେ ୨ ଲକ୍ଷ ୧୮ ହଜାର ୮୩୧ ଜଣ ଓ ଧନ୍ଦାମୂଳକ ପରୀକ୍ଷାରେ ୭ ହଜାର ୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ବାର୍ଷିକ ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷାଗୁଡ଼ିକ ଶେଷ କରିବା ପାଇଁ ମହାବିଦ୍ୟାଳୟଗୁଡ଼ିକୁ ସିଏଚ୍‌ଏସ୍‌ଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ଥିଓରି ପରୀକ୍ଷା ଜାନୁଆରି ୨୭ରୁ ଆରମ୍ଭ କରି ଫେବ୍ରୁଆରି ୫ ସୁଦ୍ଧା ଶେଷ କରାଯିବାକୁ କୁହାଯାଇଛି।

Comments are closed.