ଶୁକ୍ରବାର ମଧ୍ୟପ୍ରଦେଶରେ ଆସ୍ଥା ଭୋଟ୍

0 13

ନୂଆଦିଲ୍ଲୀ,୧୯/୩: ଶୁକ୍ରବାର ମଧ୍ୟପ୍ରଦେଶ ବିଧାନସଭାରେ କମଲନାଥ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ଏ ନେଇ ସୁପ୍ରିମକୋର୍ଟ ବାଚସ୍ପତି ଏନ୍.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂଧ୍ୟା ୫ଟାରେ ଏହି ଆସ୍ଥା ଭୋଟ୍ ହେବ। ଇସ୍ତଫା ଦେଇଥିବା କଂଗ୍ରେସର ୧୬ ବିଦ୍ରୋହୀ ବିଧାୟକ ଆସ୍ଥା ଭୋଟରେ ଅଂଶ ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ। ଯଦି ଏହି ବିଧାୟକମାନେ ଆସ୍ଥା ଭୋଟରେ ଭାଗ ନେବେ, ତେବେ ବିଦ୍ରୋହୀ ବିଧାୟକଙ୍କୁ ସମସ୍ତ ପ୍ରକାର ସୁରକ୍ଷା କର୍ଣ୍ଣାଟକ ଡିଜିପି ଯୋଗାଇଦେବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆସ୍ଥା ଭୋଟ୍ ବେଳର ଭିଡିଓ ରେକର୍ଡିଂ ସାଙ୍ଗକୁ ଟିଭିରେ ସିଧା ପ୍ରସାରଣ ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ସମୟରେ ଆଇନ ଓ ଶୃଙ୍ଖଳା ଠିକ୍ ରଖିବାକୁ କୁହାଯାଇଛି।

ପୂର୍ବରୁ ରାଜ୍ୟପାଳ ଲାଲଜି ଟଣ୍ଡନ ବିଧାନସଭାରେ ଆସ୍ଥା ଭୋଟ୍ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ କରୋନା ଭାଇରସକୁ ପ୍ରସଙ୍ଗ କରି ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏହାପରେ ବିଜେପି ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଆସ୍ଥା ଭୋଟ୍ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.