ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

0 3

ନୂଆଦିଲ୍ଲୀ,୨/୪: ଦେଶରେ କରୋନା ଭୂତାଣୁର ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପ୍ରଧାମନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ଆଲୋଚନା କାଳରେ ମୋଦୀ ବିଭିନ୍ନ ରାଜ୍ୟର ସ୍ଥିତି ସମୀକ୍ଷା କରିଥିଲେ। ଆମେ ସମସ୍ତେ ମିଳିମିଶି କରୋନା ବିରୋଧରେ ଲଢ଼ିବା ବୋଲି ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ କହିଥିଲେ।

ମୋଦୀଙ୍କ ସହିତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। କରୋନା ମୁକାବିଲ ପାଇଁ ରାଜ୍ୟଗୁଡ଼ିକ ନେଇଥିବା ପଦକ୍ଷେପ ସମ୍ପର୍କରେ ମୋଦୀ କଥା ହୋଇଥିଲେ। ଏହା ସହିତ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ସେ ନେଇ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଇଥିଲେ। ସେହିପରି ଜନସାଧାରଣଙ୍କ ନିକଟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ସମ୍ପର୍କରେ ବି ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଲକ୍‌ଡାଉନକୁ ଦୃଢ଼ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ ରାଜ୍ୟକୁ ଦିଲ୍ଲୀର ଜମାତରୁ ଲୋକମାନେ ଯାଇଛନ୍ତି, ସେମାନଙ୍କୁ ତୁରନ୍ତ ଠାବ କରି ହସ୍ପିଟାଲରେ ଭର୍ତ୍ତି କରିବାକୁ ମୋଦୀ କହିଛନ୍ତି।

Leave A Reply

Your email address will not be published.