୨୫ ମେ’ରୁ ଝାରସୁଗୁଡା ବିମାନବନ୍ଦରରୁ ଉଡ଼ିବ ବିମାନ

25

ଝାରସୁଗୁଡା,୨୩/୫ : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିବା ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇଜେଟ ଓ ଏଲାଇନ୍ସ ଏୟାର ବିମାନ ସେବା ଆରମ୍ଭ କରିବେ। ଏଥିପାଇଁ ଉଭୟ ବିମାନ କମ୍ପାନୀ ପକ୍ଷରୁ ମେ’ ୨୫ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣର ସମୟ ତାଲିକା ପ୍ରସ୍ତୁତ କରାଯାଇଛି ।

ସ୍ପାଇସ ଜେଟର ବିମାନ ପ୍ରତିଦିନ ହାଇଦ୍ରାବାଦରୁ ସକାଳ ୧୦ଟା ୩୫ରୁ ବାହାରି ୧୨ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ ଓ ଝାରସୁଗୁଡ଼ାରୁ ଅପରାହ୍ଣ ୪ଟା୧୦ରେ ଉଡାଣ ଭରି ସଂଧ୍ୟା ୬ଟା୫ରେ ହାଇଦ୍ରାବାଦ ପହଞ୍ଚିବ । ସେହିପରି ଝାରସୁଗୁଡ଼ାରୁ ପ୍ରତିଦିନି ଅପରାହ୍ଣ୧୨ଟା ୪୫ରେ ଉଡ଼ାଣ ଭରି ଅପରାହ୍ଣ ୨ଟା ୫ରେ କଲିକତାରେ ପହଞ୍ଚିବ । ଅପରାହ୍ଣ ୨ଟାରେ କୋଲକତାରୁ ବିମାନ ବାହାରି ୩ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ । କେବଳ ବୁଧବାରକୁ ବାଦ ଦେଲେ ଅନ୍ୟ ସବୁଦିନ ଦିଲ୍ଲୀ ବିମାନ ବନ୍ଦରରୁ ଅପରାହ୍ଣ ୧ଟା ୧୦ରେ ସ୍ପାଇସ ଜେଟର ବିମାନ ଉଡାଣ ଭରି ୨ଟା ୫୦ରେ ଝାରସୁଗୁଡ଼ା ପହଞ୍ଚିବ ଓ ଅପରାହ୍ଣ ୩ଟା୨୦ରେ ଝାରସୁଗୁଡାରୁ ଉଡାଣ ଭରି ୫ଟା ୩୫ରେ ଦିଲ୍ଲୀ ପହଞ୍ଚିବ । ଅନ୍ୟପଟେ ଏଲାଇନ୍ସ ଏୟାରର ବିମାନ ସକାଳ ୫ଟା ୫୫ରୁ କଲିକତାରୁ ଉଡ଼ାଣ ଭରି ୭ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ । ଝାରସୁଗୁଡାରୁ ୮ଟା୧୦ରେ ଉଡ଼ାଣ ଭରି ୯ଟା୧୫ରେ ଭୁବନେଶ୍ୱର ପହଞ୍ଚିବ । ଭୁବନେଶ୍ୱରରୁ ପୁଣି ୯ଟା୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଅପରାହ୍ଣ ୧ଟାରେ କଲିକତା ପହଞ୍ଚିବ ।

Comments are closed.