ବିଶାଖାପାଟନମ ସ୍ଥିତ ହିନ୍ଦୁସ୍ତାନ ଜାହାଜ କାରଖାନାରେ ମର୍ମନ୍ତୁଦ ଦୁର୍ଘଟଣା, କ୍ରେନ ଖସି ପଡିବାରୁ ୧୧ ଜଣଙ୍କ ମୃତ୍ୟୁ

ବିଶାଖାପଟନମ, ୧/୮ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଥିବା ହିନ୍ଦୁସ୍ତାନ ଜାହାଜ କାରଖାନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶନିବାର ଦିନ ବିଶାଖାପାଟନମ ସ୍ଥିତ ହିନ୍ଦୁସ୍ତାନ ସିପିୟାର୍ଡ ଲିମିଟେଡରେ ଏକ ଭାରୀ କ୍ରେନ୍ ଖସି ୧୧ ଜଣଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ଏଥିରେ ଜଣେ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସିପୟାର୍ଡ ପରିସରରେ କାର୍ଯ୍ୟ ଚାଲୁଥିବାବେଳେ ଏକ ବିରାଟ କ୍ରେନ୍ ଖସିପଡିଥିଲା । ଖସି ପଡିଥିବା କ୍ରେନ ତଳେ ଫସି ରହିଥିବା କିଛି ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା।

Comments are closed.