ଆଜିର ରାଶିଫଳ (ଶନିବାର)

ତା : ୧ / ୮ /୨୦୨୦

ମେଷ : ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ସ˚ପୂର୍ଣ୍ଣ ହେବ। ଖୁସି ଖବର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ଭେଟ ହେବ। ସମାଜରେ ମାନ ସମ୍ମାନ ପାଇବେ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ବୃଷ : ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ଲାଭ ହେବ। ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଛାତ୍ରୀଙ୍କୁ ସହପାଠୀଙ୍କ ସହଯୋଗ ମିଳିବ। ଠିକ୍ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ ।

ମିଥୁନ : ନିଜ ଉପରେ ବିଶ୍ବାସ ରଖନ୍ତୁ। ଆଇନ ମାମଲା ଆପଣଙ୍କ ପକ୍ଷରେ ହେବ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ। ଦାମ୍ପତ୍ୟ ଜୀବନରେ ସହଯୋଗ ବଢ଼ିବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ : ନୂତନ ସ୍ଥାନରେ ବ୍ୟବସାୟ ପାଇଁ ସୁଯୋଗ ମିଳିବ। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେବ। ସ୍ବାସ୍ଥ୍ୟରେ ସୁଧାର ହେବ। ଅଫିସ୍‌ରେ ପରିସ୍ଥିତିକୁ ଜଟିଳ ମନେ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।

ସି˚ହ : ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ପ୍ରତିକୂଳ ପରିସ୍ଥିତିରେ ମୁକାବିଲା କରିବାର ସକ୍ଷମ ହେବେ। ଆର୍ଥିକ ଲାଭର ଯୋଗ ରହିଛି। ଗୁରୁତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।

କନ୍ୟା : କର୍ମ ଚଞ୍ଚଳ ରହିବେ । ବ୍ୟବସାୟ ବୃଦ୍ଧି ଲାଗି ମନର ବିଚାର ସଫଳ ରୂପ ନେବ। ଇ˚ଜିନିୟରଙ୍କୁ ଭଲ ଚାକିରି ସୁଯୋଗ ମିଳିପାରେ। ଠକାମୀର ଶିକାର ହୋଇପାରନ୍ତି। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା : ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କାର୍ଯ୍ୟବ୍ୟସ୍ତ ଯୋଗୁ ଅବସର ପାଇବେ ନାହିଁ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ବିଛା : ସବୁ ଥାଇ ନ ଥିଲା ଭଳି ପରିସ୍ଥିତି ଅନୁଭବ କରିପାରନ୍ତି । ବନ୍ଧୁଙ୍କ ମାଧୢମରେ କିଛି ଆଶା ପୂରଣ ହେବ। ଲେଖିବା କାର୍ଯ୍ୟରେ ରୁଚି ରହିବ। ବ୍ୟବସାୟରେ ଆଗକୁ ବଢ଼ିବେ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ଧନୁ : କାମ ସମ୍ପର୍କିତ ଫଇସଲା ନେଇ ସନ୍ତୁଷ୍ଟ ହେବେ। ଉଚ୍ଚ ଅଧିକାରୀ ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଖଳ ଲୋକମାନଙ୍କ ଦ୍ୱାରା ପ୍ରୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ମକର : ଉନ୍ନତିର ମାର୍ଗ ମିଳିବ । ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ବେପାରରେ ଲାଭ ହେବ। ଘରୋଇ ଖର୍ଚ୍ଚ ବଢ଼ିପାରେ। ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

କୁମ୍ଭ : ଭ୍ରମଣ ଯୋଗ କ୍ଷତି କାରକ ହେବ । ସମୟ ଅନୁକୂଳ ରହିବ । ଅଫିସରେ ସହଯୋଗୀଙ୍କ ପ୍ରଶଂସା ପାଇବେ। କାରବାରରେ ପୁଞ୍ଜି ନିବେଶ କରିବେ। ରାଜନୀତିରେ ଲାଭ ମିଳିବାର ସ୍ଥିତି ସୃଷ୍ଟି ହେବ। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୭ ।

ମୀନ : ପରିବାରରେ ବଡ଼ଙ୍କ ଠାରୁ ସହଯୋଗ ପାଇବେ। ଆଜି ଯାହା ବି କାମ କରିବେ, ସଫଳତା ପାଇବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ । ଈର୍ଷାପରାୟଣ ବ୍ୟକ୍ତିମାନେ ସହି ନ ପାରି ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୩ ।

Comments are closed.