ଆଜିର ରାଶିଫଳ (ଶୁକ୍ରବାର)

ତା : ୩୧ /୦୭ /୨୦୨୦

ମେଷ : ନୂଆ କାର୍ଯ୍ୟକୁ ନେଇ ଉତ୍ସାହିତ ରହିବେ। ବୟୋଜ୍ୟେଷ୍ଠଙ୍କ ସହିତ ବିଭିନ୍ନ ଆଲୋଚନା ଦ୍ବାରା ସମ୍ବନ୍ଧ ଘନିଷ୍ଠ ହେବ। ଚାକିରିରେ ଦରମା ବୃଦ୍ଧିର ସୂଚନା ମିଳିପାରେ। ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୧ ।

ବୃଷ : ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଦିନଟି ଭଲରେ କଟିବ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ମିଥୁନ : ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। କାର୍ଯ୍ୟରେ ସଫଳତା ବଜାୟ ରଖିବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅର୍ଥସଂକଟ,ଋଣ ପରିଶୋଧ, ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

କର୍କଟ : ଆପଣଙ୍କ ପ୍ରତି ଲୋକମାନଙ୍କ ବିଶ୍ବାସ ଅକ୍ଷୁଣ୍ଣ ରହିବ। ବ୍ୟବସାୟରେ ଲାଭ ପାଇବେ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଛାତ୍ରଛାତ୍ରୀମାନେ ଖୁସି ମିଜାଜର ରହିବେ। ସାମୟିକ ଅସୁସ୍ଥତାବଶତଃ କେତେକ କାମ ସ୍ଥଗିତ ରହିଯାଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ସି˚ହ : ନୂଆ କାମ ଆରମ୍ଭ ଏବ˚ ସମସ୍ୟାର ସମାଧାନ ପାଇଁ ଭାଗ୍ୟର ସହଯୋଗ ପାଇବେ। ସୁସମ୍ବାଦ ମିଳିପାରେ। ବୈବାହିକ ଜୀବନ ଭଲ ରହିବ। କାମ ହାସଲ ସକାଶେ ଅନ୍ୟର ସାହାର୍ଯ୍ୟ ନେବାକୁ ବାଧ୍ୟ ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କନ୍ୟା : ସମ୍ମାନିତ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବାହନ କିଣିବା ଲାଗି ମନ ବଳିବ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢାଇଦେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ତୁଳା : କର୍ମ ଜୀବନରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ଧନଲାଭର ସୁଯୋଗ ଆସିବ। ଘରକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ସବୁ କାମ ଡେରିରେ ହେଉଥିବାରୁ ମନଟା ଭଲ ଲାଗିବ ନାହିଁ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

ବିଛା : ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହ ବଢ଼ାଇବ। ଲାଗି ରହିଥିବା ବିବାଦର ସାମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପ୍ରଶାସନ, ରାଜନୀତିି, ଯାତ୍ରା ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ଧନୁ : ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। କାରବାରରେ ସ୍ଥଗିତ କାମ ପୂରା ହେବ। ଦୂର ସମ୍ପର୍କୀୟଙ୍କ ସହ ସୁଖଦ ବାର୍ତ୍ତାଳାପ କରିବେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ ଭୁଲ୍ ବୁଝିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

ମକର : ଶକ୍ତି ଓ ପ୍ରେରଣା ମନ ଭରି ରହିବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କ ଭରସା ହାସଲ କରିବେ। ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

କୁମ୍ଭ : କ୍ଷମତାରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ତାଙ୍କ ଜରିଆରେ ଭବିଷ୍ୟତରେ ଲାଭ ପାଇବେ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଅନ୍ୟମାନଙ୍କ ସକାଶେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।

ମୀନ : ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବିବାଦ ବଢିବ । ନୂଆ ଲୋକଙ୍କ ସହ ମଧୁର ଆଳାପ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୬ ।

Comments are closed.