ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କରୋନା

ନୂଆଦିଲ୍ଲୀ, ୨/୮ : ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କରୋନା। ତାଙ୍କୁ ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟୁଇଟ କରି ଶ୍ରୀ ଶାହା କହିଛନ୍ତି “କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ୍‍ ଆସିଛି । ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଆପଣମାନେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂପର୍କରେ ଆସିଛନ୍ତି, ଦୟାକରି କ୍ୱାରେଣ୍ଟାଇନ ରୁହନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତୁ।”

Comments are closed.