କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବେଦାନ୍ତ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମ

ଭବାନୀପାଟଣା,୩୧/୫ : କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ ପାଇଁ ବେଦାନ୍ତ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସମର୍ଥନ କରି ରାଜ୍ୟରେ କରୋନା ସଂକ୍ରମଣକୁ ଅଙ୍କୁଶ ଲଗାଇବା ଦିଗରେ ନିରନ୍ତର କାର୍ଯ୍ୟରତ ଅଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ତଥା ବେସରକାରୀ ସଂସ୍ଥାଙ୍କ କର୍ମୀବୃନ୍ଦ ତଥା ସମାଜସେବୀଙ୍କ ନିଃସ୍ୱାର୍ଥପର ସେବାର ସମ୍ମାନ ଜଣାଇ ବେଦାନ୍ତ ଲାଞ୍ଜିଗଡ଼ର କର୍ମକର୍ତ୍ତା, ପରିବାରବର୍ଗ ତଥା ସହକାରୀ ସଂସ୍ଥା କର୍ମଚାରୀମାନେ କମ୍ପାନୀ ପରିସରରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ।

Comments are closed.