ହସ୍ପିଟାଲରେ ଭୟାଭୟ ଅଗ୍ନିକାଣ୍ଡ, ଜୀବନ୍ତ ଦଗ୍ଧ ହୋଇଗଲେ ୫ କରୋନା ସଂକ୍ରମିତ

ଢାକା ୩୧/୫: ବାଂଲାଦେଶର ରାଜଧାନୀ ଢାକାରେ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବାରୁ ୫ ଜଣ କରୋନା ସଂକ୍ରମିତଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡର ଘଟଣା ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିବା ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଜିଲୁର ରେହମାନ କହିଛନ୍ତି।

ଏହି ଅଗ୍ନିକାଣ୍ଡ ଢାକାର କୋଭିଡ-୧୯ ୟୁନାଇଟେଡ୍ ହସ୍ପିଟାଲରେ ଘଟିଛି। ହସ୍ପିଟାଲର ଆଇସୋଲେସନ ଓ୍ଵାର୍ଡରୁ ପାଞ୍ଚ ରୋଗୀଙ୍କ ମୃତ ଶରୀରର ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ ଏବଂ ଜଣେ ମହିଲା ସାମିଲ।

ଉକ୍ତ ହସ୍ପିଟାଲରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ବାଂଲାଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଥିବା ବେଳେ ୫୪୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ବଳ ବ୍ୟବସ୍ଥା କାରଣରୁ ବାଂଲାଦେଶର ଅନେକ କାର୍ଯ୍ୟାଳୟରେ ପୂର୍ବରୁ ଅନେକ ଥର ଅଗ୍ନିକାଣ୍ଡ ଘଟିଛି। ନିକଟ ବର୍ଷରେ ଏହି ପରି ଘଟଣାରେ ଶତାଧିକ ପ୍ରାଣ ହରାଇଛନ୍ତି।

ଗତ ବର୍ଷ ମାର୍ଚ୍ଚ ୨୨ରେ ଢାକାର ବନାନି ଅଞ୍ଚଳରେ ଏକ ବାଣିଜ୍ୟିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପରି ସେହି ବର୍ଷ ଫେବୃଆରୀ ମାସରେ ଢାକାର ଏକ ଶତାଧିକ ପୁରୁଣା କୋଠାରେ ନିଆଁ ଲାଗିବାରୁ ୭୧ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା।

Comments are closed.