BSNL ଲଞ୍ଚ୍ କଲା ନୂଆ ପ୍ଲାନ୍ : ୩୯୯ ଟଙ୍କାରେ ୮୦ ଦିନ ସହ ଦିନକୁ ମିଳିବ ୧ଜିବି ଡାଟା

ନୂଆଦିଲ୍ଲୀ ୧୪।୮: ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ୩୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି । ଏହି ପ୍ଲାନ୍ ରେ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା ସହିତ କଲିଂ ସୁବିଧା ଦିଆଯାଉଛି । ଏହି ପ୍ଲାନ୍ କୁ ବର୍ତ୍ତମାନ ଚେନ୍ନାଇ ଏବଂ ତାମିଲନାଡୁ ସର୍କଲରେ ୧୫ ଅଗଷ୍ଟରୁ ଉପଲବ୍ଧ ହେବ ।

ଏହି ପ୍ଲାନ୍ ରେ ଯେକୌଣସି ନେଟୱାର୍କରେ ଉପଭୋକ୍ତାମାନଙ୍କୁ ଅସୀମିତ କଲିଂ (ଦିନକୁ ୨୫୦ ଆଉଟଗୋଇଂ ମିନିଟ୍) ଏବଂ ପ୍ରତିଦିନ ୧ ଜିବି ଡାଟା ଏବଂ ୧୦୦ଟି SMS ପ୍ରଦାନ କରାଯାଉଛି । ଦୈନିକ ଲିମିଟ୍ ଶେଷ ହେବା ପରେ ଗ୍ରାହକମାନଙ୍କୁ ଅତିରିକ୍ତ ଚାର୍ଜ ଦେବାକୁ ପଡିବ । ଏହା ବ୍ୟତୀତ ଗ୍ରାହକଙ୍କୁ ଏହି ପ୍ଲାନ୍ ରେ BSNL ଟ୍ୟୁନ୍ ଏବଂ ଲୋକଧୁନ୍ ବିଷୟବସ୍ତୁର ସବସ୍କ୍ରିପସନ ମଧ୍ୟ ମାଗଣାରେ ଦିଆଯିବ । ଏହି ପ୍ୟାକ୍ ର ବୈଧତା ୮୦ ଦିନ ରହିଛି ।

BSNLର ୩୬୫ ଟଙ୍କା ପ୍ଲାନ୍ କମ୍ପାନୀ ଦ୍ବାରା ଜୁନ୍ ମାସରେ ଆରମ୍ଭ କରାଯାଇଥିଲା ଯେଉଁଥିରେ ଗ୍ରାହକମାନେ ପ୍ରତିଦିନ ୨ ଜିବି ଡାଟା ପାଇବେ । ଗ୍ରାହକ ଦିନକୁ ୨୫୦ ମିନିଟ୍ ପର୍ଯ୍ୟନ୍ତ ଯେକୌଣସି ନେଟୱାର୍କରେ ଅସୀମିତ କଲିଂ କରିପାରିବେ । ଏହା ସହିତ ଗ୍ରାହକମାନେ ପ୍ଲାନ୍ ସହିତ ବ୍ୟକ୍ତିଗତ ରିଙ୍ଗ ବ୍ୟାଙ୍କ ଟୋନ୍ ସବସ୍କ୍ରିପସନ୍ ମଧ୍ୟ ମାଗଣାରେ ପାଇବେ ।

Comments are closed.