CBSE ଓ ICSE ଦଶମ- ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଲକ୍ ଡାଉନ୍ ମୁକ୍ତ

17

ନୂଆଦିଲ୍ଲୀ,୨୦/୫: CBSE ଓ ICSE ପିଲାଙ୍କ ପାଇଁ ବଡ଼ ଖବର । ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାକୁ ଲକ ଡାଉନ କଟକଣାରୁ ମୁକ୍ତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।

CBSE , ICSE ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ। ପରୀକ୍ଷା ଆୟୋଜନ ବେଳେ କରୋନା ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାରର ନିୟମାବଳୀ ଯଥା ସୋସିଆଲ ଡିଷ୍ଟାନ୍ସିଂ ଓ ମାସ୍କ, ହାତଧୋଇବା ଆଦିକୁ ପାଳନ କରାଯିବ । ଗୃହ ମନ୍ତ୍ରାଳୟର ଏହି ନିଷ୍ପତ୍ତି ପାଳନ କରିବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି ।

ପରୀକ୍ଷା କେନ୍ଦ୍ରରେ ସାନିଟାଇଜର, ହାଣ୍ଡଓ୍ବାସ ରହିବ । ପୁଣି ପରୀକ୍ଷାକେନ୍ଦ୍ରରେ ପ୍ରବେଶ କରିବା ବେଳେ ଥର୍ମାଲ ସ୍କାନରର ଉପଯୋଗ କରି ଯାଞ୍ଚ କରାଯିବ । ପରୀକ୍ଷାକେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ଆଣିବାକୁ ପ୍ରଶାସନ ପକ୍ଷରୁ ବସର ଆୟୋଜନ କରାଯିବ ।

ତେବେ କେବଳ CBSE , ICSE ନୁହେଁ, ଯଦି କୌଣସି ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ଓ ୧୨ଶ ପରୀକ୍ଷା ବାକି ରହିଛି ସେମାନେ ମଧ୍ୟ ଏସବୁ ନିୟମ ମାନି ପରୀକ୍ଷା ଆୟୋଜନ କରିପାରିବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Comments are closed.