ଏକ ଅଭାବନୀୟ ଘଟଣା : ଯବାନଙ୍କ ମଧ୍ୟରେ ସଂଘର୍ଷ ଦୁଇ ଯବାନଙ୍କ ମୃତ୍ୟୁ , ଜଣେ ଗୁରୁତର

ଛତିଶଗଡ,୩୧/୫: ଛତିଶଗଡର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ଜଣେ ସୁରକ୍ଷା କର୍ମୀ ତାଙ୍କ ତିନିଜଣ ସାଥୀଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡିଛି । ଦୁଇଜଣ ସୁରକ୍ଷା କର୍ମୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ବସ୍ତର ଅଞ୍ଚଳର ପୋଲିସ୍ ଇନ୍ସପେକ୍ଟର ସୁନ୍ଦରରାଜ ପି ଶନିବାର କହିଛନ୍ତି ଯେ ନାରାୟଣପୁର ଜିଲ୍ଲାର ଛୋଟୋଙ୍ଗାର ପୋଲିସ୍ ଷ୍ଟେସନ ଅନ୍ତର୍ଗତ ଅମଦାଇ ଉପତ୍ୟକା ଅନ୍ତର୍ଗତ ଛତିଶଗଡ ସଶସ୍ତ୍ର ବାହିନୀର ନବମ ବାଟାଲିୟନର କ୍ୟାମ୍ପରେ ଆସିଷ୍ଟାଣ୍ଟ ପ୍ଲାଟୁନ୍ କମାଣ୍ଡର ଘନଶ୍ୟାମ କୁମେଟି ତାଙ୍କ ନିଜ ରାଇଫଲରୁ ନିଜ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଘଟଣାରେ ପ୍ଲାଟୁନ୍ କମାଣ୍ଡର ବିନ୍ଦେଶ୍ୱର ସାହନି ଏବଂ ହାଭିଲଦାର ରମେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି ଏବଂ ପ୍ଲାଟୁନ କମାଣ୍ଡର ଲାଖୁରାମ ପ୍ରିମି ଗୁରୁତର ଆହତ ହୋଇଛନ୍ତି।

ସୁନ୍ଦରରାଜ କହିଛନ୍ତି ଯେ ଘଟଣାକୁ ନେଇ ପରସ୍ପର ମଧ୍ୟରେ ବିବାଦ ହେବା ପରେ କୁମେଟ୍ଟି ଗୁଳି ଚଳାଇଥିବା ପୋଲିସ ସୂଚନା ଦେଇଛି। ଗୁଳି ଚଳାଇଥିବା ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି। ଆହତ ଯବାନଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀ କହିଛନ୍ତି ଯେ ସମସ୍ତ ସୁରକ୍ଷା କର୍ମୀ ଛତିଶଗଡ ସଶସ୍ତ୍ର ବାହିନୀର ନବମ ବାଟାଲିୟନର ବି କମ୍ପାନୀର । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.