ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୬୯ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

61

ଭୁବନେଶ୍ଵର.୨୩/୫ : ରାଜ୍ୟରେ ଆଉ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୮୦ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ବରରୁ ୩, ପୁରୀରୁ ୧୭, କଟକରୁ ଜଣେ, ସୁନ୍ଦରଗଡରୁ ୫, ନୟାଗଡରୁ ୫,ବଲାଙ୍ଗିରରୁ ୧ , ମାଲକାନଗିରିରୁ ୫, କନ୍ଧମାଳରୁ ୨, ଝାରୁସୁଗୁଡାରୁ ୩, ନବଙ୍ଗରପୁରରୁ ୧ ଏବଂ ଗଜପତି ଜିଲ୍ଲାରୁ ୪ଜଣ ରହିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟ​‌ରେ ୧୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୮୨୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.