ଖେଳନା ବନ୍ଧୁକ ଦେଖାଇ ଡକାଇତି ଉଦ୍ୟମ ପଣ୍ଡ , ଧରା ପଡି କୋର୍ଟ ଚାଲାଣ ହେଲେ ୪ ଯୁବକ

ମହାକାଳପଡ଼ା/ମାର୍ଶାଘାଇ ,୧୭/୭ : (କେଶବ ଚରଣ ନାଥ ) ବୁଧବାର ଦିନ ବିଳମ୍ବିତ ରାତ୍ରିରେ କୁଜଙ୍ଗ ସାହାରା ଡିଆ ଅଂଚଳର ଚାରି ଜଣ ଅସାମାଜିକ ଯୁବକ ସାଥି ହୋଇ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ହାତୀଆ ଗ୍ରାମର ମନୋରଞ୍ଜନ ମହାରଣାଙ୍କ ଘରେ ପଶି ଡକାଇତି ଉଦ୍ୟମ କରୁଥିଲେ । ଯୁବକମାନେ ପାଖରେ ରଖିଥିବା ଛୁରୀ,ଖେଳନା ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟ ଭୀତ କରିବା ବେଳେ ପାଟିତୁଣ୍ଡ ହୋଇଥିଲା । ମାତ୍ର ବିଳମ୍ବିତ ରାତ୍ରିରେ ପାଟିତୁଣ୍ଡ ଶୁଣି ପଡୋଶୀ ଜମିବାରୁ ଡକାୟତ ମାନେ ଧରା ପଡିଯାଇଥିଲେ । ପରେ ପରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ମାର୍ଶାଘାଇ ପୋଲିସ ହାତୀଆ ଗାଁ ରୁ ରାତ୍ରିରେ ଅଟକ ଯୁବକ ମାନଙ୍କୁ ଉଦ୍ଧାର କରି ଥାନାକୁ ଆଣି କୋର୍ଟ ଚାଲାଣ କରିଛନ୍ତି । ଉଲ୍ଲେଖ ଥାଉକି ଅଟକ ଯୁବକ ମାନେ ହେଲେ ପ୍ରଭାତ ମଲ୍ଲିକ ଓରଫ କୁଲୁ , ସୁଶାନ୍ତ ମଲ୍ଲିକ ଓରଫ ସୁନା, ରାଜ କିଶୋର ମଲ୍ଲିକ ଓରଫ ଜିତି ଏବଂ ସୁଶୀଲ ମଲ୍ଲିକ ଓରଫ ମୁନା ଓ ସେମାନଙ୍କ ବୟସ ବାଇସି ରୁ ତିରିଶ ବର୍ଷ ମଧ୍ୟରେ ବୋଲି ଜଣା ପଡିଛି ।

Comments are closed.