ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କଲେ ଡଃ ହର୍ଷ ବର୍ଦ୍ଧନ

6

ନୂଆଦିଲ୍ଲୀ : ୨୦୨୦-୨୧ ବର୍ଷ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକାରୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଶୁକ୍ରବାର ଅନୁଷ୍ଠିତ ବୋର୍ଡର ୧୪୭ତମ ଅଧିବେଶନରେ ଜାପାନର ଡଃ ହିରୋକି ନାକାତାନିଙ୍କ ସ୍ଥାନରେ ଡଃ ହର୍ଷ ବର୍ଦ୍ଧନ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହର କରିବର ପରେ କୋଭିଡ-୧୯ ବିଶ୍ବ ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲକ୍ଷ ଲକ୍ଷ ବିଶ୍ଵବାସୀଙ୍କ ପ୍ରତି ଡଃ ହର୍ଷ ବର୍ଦ୍ଧନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିଙ୍କ ଗହଣରେ କୋଭିଡ ଯୋଦ୍ଧାମାନଙ୍କ ଅସିମ ତ୍ୟାଗ ଓ ସଂକଳ୍ପ ପ୍ରତି ସାଧୁବାଦ ଜଣାଇଛନ୍ତି ।

ଏହି ଗୁରୁ ଦାୟିତ୍ଵ ମୋତେ ଅର୍ପଣ କରାଯାଇଥିବାରୁ ମୁଁ ନିଜକୁ ଗୌରବାନ୍ଵିତ ମନେ କରିବା ସହ ମୋର ଦେଶବାସୀଙ୍କ ପ୍ରତି କୃତଜ୍ଞତା ଜଣାଉଛି । କୋଭିଡ-୧୯ ପରି ବୈଶ୍ଵିକ ମହାମାରୀ ସମଗ୍ର ମାନବ ଜାତି ପାଇଁ ଏକ ମୁକାବିଲା ଭାବେ ସ୍ଵୀକାର କରି ଆଗାମୀ ଦୁଇ ଦଶନ୍ଧି ଖୁବ ଆହ୍ଵାନ ମୂଳକ ହେବ ବୋଲି ସେ କହିଛନ୍ତି । ସମନ୍ଵିତ ଦାୟିତ୍ଵ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସମସ୍ତ ସଦସ୍ୟ ଦେଶମାନଙ୍କ ପାଇଁ ଏକ ଆଦର୍ଶ ହୋଇଥିବା ବେଳେ ସମସ୍ୟାର ମୁକାବିଲା ପାଇଁ ସମନ୍ଵିତ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏହି ବୈଶ୍ଵିକ ମହାମାରୀ ସମଗ୍ର ମାନବ ଜାତିକୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଦିଗ ପ୍ରତି ସଚେତନ କରାଇଛି । ବୈଶ୍ଵିକ ଜନସ୍ୱାସ୍ଥ୍ୟ ପଦ୍ଧତି ପାଇଁ ଅଧିକ ପୁଞ୍ଜି ଆବଶ୍ୟକ ସହ ଏହାକୁ ସୁଦୃଢ କରିବାକୁ ପଡିବ ବୋଲି ସେ କହିଛନ୍ତି ।

Comments are closed.