କ୍ୟାପିଟାଲ୍‌ ଥାନାରେ ପୁଣି ୮ଯୋଦ୍ଧା କରୋନା ସଂକ୍ରମିତ

ଭୁବନେଶ୍ୱର ,୨/୮: ଭୁବନେଶ୍ୱର କ୍ୟାପିଟାଲ୍‌ ଥାନାରେ ପୁଣି ୮ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଥାନାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଛି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରା ଯାଇଥିଲା । ଗତ ୩୦ ତାରିଖରେ ୬ ଜଣ ଥାନା କର୍ମଚାରୀଙ୍କ କରୋନା ଟେଷ୍ଟ ପଜିଟିଭ୍‌ ଆସିଥିଲା । ଶନିବାର ଆଉ ୮ ଜଣଙ୍କ ନମୁନା ପଜିଟିଭ୍‌ ଥିବା ବିଏମ୍‌ସି ସ୍ପଷ୍ଟ କରିଛି । ଆଜି ଆଉ କିଛି କର୍ମଚାରୀଙ୍କ କରୋନା ରିପୋର୍ଟ ଆସିବ । ଯଦି ଆହୁରି କର୍ମଚାରୀ କରୋନା ଆକ୍ରାନ୍ତ ଥିବେ ତେବେ ଥାନାକୁ ସିଲ୍‌ କରାଯିବ ।

Comments are closed.