ପ୍ରଥମ ଦିନିକିଆରେ ଆୟରଲାଣ୍ଡକୁ ୬ ୱିକେଟରେ ହରାଇଲା ଇଂଲଣ୍ଡ

ସାଉଥାମ୍ପ୍‍ଟନ : ଆଇସିସି ବିଶ୍ୱକପ୍‍ ସୁପର ଲିଗ୍‍ ଅନ୍ତର୍ଗତ ପ୍ରଥମ ଦିନିକିଆ ସିରିଜ୍‍ ଗୁରୁବାରଠାରୁ ଆରମ୍ଭ ହୋଇଛି। ଘରୋଇ ଇଂଲଣ୍ଡ ଓ ପଡ଼ୋଶୀ ଆୟରଲାଣ୍ଡ ମଧ୍ୟରେ ଏହି ସିରିଜ୍‍ର ପ୍ରଥମ ଦିନିକିଆରେ ଇଂଲଣ୍ଡ ବିଜୟୀ ହୋଇଛି। ବାମହାତି ଫାଷ୍ଟବୋଲର ଡେଭିଡ୍‍ ୱିଲିଙ୍କ ୫ ୱିକେଟ ଦଖଲ ବଳରେ ଆୟରଲାଣ୍ଡକୁ ୬ ୱିକେଟ୍‍ରେ ଇଂଲଣ୍ଡ ପରାସ୍ତ କରିଛି। ଆୟରଲାଣ୍ଡ କର୍ଟିସ୍‍ କାମ୍ଫରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ୪୪.୪ ଓଭରରେ ୧୭୨ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ଇଂଲଣ୍ଡ ୨୭.୫ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା। ଏହି ସହଜ ବିଜୟ ସହ ୩ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ହୋଇଯାଇଛି। ଶନିବାର ୨ୟ ଦିନିକିଆ ମ୍ୟାଚ୍‍ ଖେଳାଯିବ। ଡେଭିଡ୍‍ ୱିଲି ମ୍ୟାନ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Comments are closed.