ବାହାରପଟୁ ତାଲାବନ୍ଦ କରି ଘରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ, ୨ ଶିଶୁ ସମେତ ଆଠ ଗୁରୁତର

ମହାକାଳପଡ଼ା,୩୧/୭ -(କେଶବ ଚରଣ ନାଥ ) : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ଗିରଙ୍ଗ ଗାଁର ଟୁକୁନା ବାରିକଙ୍କ ଆଠ ଜଣ ପରିବାର ଗୁରୁବାର ଦିନ ରାତ୍ରିରେ ଖାଇ ପିଇ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ବାହାରପଟୁ ତାଲାବନ୍ଦ କରି ଘରେ ନିଆଁ ଲଗାଇଦେଇଥିଲେ । ଅଗ୍ନି ସଂଯୋଗ ଫଳରେ ଖୋଲା ଥିବା ଘରର ଅlସବାବ ପତ୍ର ଜଳିବା ଆରମ୍ଭ କରିଥିଲା । ପରିବାରର ଦୁଇ ପୁଅ ଓ ବୋହୁ ନିଜ ନିଜ ଘରେ ଛୋଟ ଛୋଟ ପିଲାଙ୍କୁ ଧରି ଶୋଇ ଥିବା ବେଳେ ନିଆଁ ଉତ୍ତାପରେ ଉଠି ପଡ଼ିଥିଲେ । ଘରଦ୍ୱାର ଜଳୁ ଥିବା ଦେଖି ପରିବାରର ସମସ୍ତ ସଦସ୍ୟଙ୍କୁ ନିଦରୁ ଉଠାଇ ବାହାରକୁ ବାହାରିବାକୁ ଉଦ୍ଦ୍ୟମ କରିଥିଲେ । ମାତ୍ର ବାହାର ପଟୁ ତାଲା ବନ୍ଦ ଥିବାରୁ ଘରୁ ବାହାରି ନ ପାରି ନିଆଁ ତାପରେ ଛୋଟ ବଡ଼ ସଭିଏଁ ସିଝି ଯାଇଥିଲେ ।

ସର୍ବ ଶେଷରେ ପୁଅ ଗୋଟିଏ ଘରର ସ୍କାଇଲିତ ଭାଙ୍ଗି ବାହାରକୁ ଆସି ବା ପରେ ଗ୍ରିଲ ଖୋଲିଲା ବେଳକୁ ସଭିଏଁ ମୁର୍ମୁଷ ଅବସ୍ଥାରେ ପଡି ରହିଥିଲେ । ସେତେବେଳକୁ ଯୋଗାଯୋଗ ହେତୁ ଦମକଳବାହିନୀ ଟୁକୁନାଙ୍କ ଘର ପାଖରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ତାଙ୍କର ଦୁଇଟି ଗ୍ୟାସ ସିଲିଣ୍ଡର ଧାନ ଚାଉଳ, ମୁଗ ବିରି ପୋଡି ପାଉଁଶ ହୋଇଯାଇଥିଲା । ଏପଟେ ପରିବାରର ଶିବବ୍ରତ ଓ ସତ୍ୟବ୍ରତ ଦୁଇପୁଅ ବୋହୁ ଓ ନିଜ ପତ୍ନୀ ଗୀତାଞ୍ଜଳି ସ୍ଥାନୀୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଦୁଇ ଛୋଟ ନାତି କଟକ ସ୍ଥାନାନ୍ତର ହୋଇଛନ୍ତି । ବାରିକ ପରିବାର ସହିତ ପୂର୍ଵ ଶତ୍ରୁତା ହେତୁ କେହି ଦୁର୍ବୁତ୍ତ ଏ ଭଳି ଅଭାବନୀୟ କାଣ୍ଡ ଘଟାଇ ପାରିଥାଏ ବୋଲି ସ୍ଥାନୀୟ ଲୋକେ କହନ୍ତି ।

Comments are closed.