ଜିମ୍ ଖୋଲିବା ପାଇଁ ଜିମ୍ ଓନର୍ସ ଅସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

35

ଭୁବନେଶ୍ୱର,୨୩/୫: କରେନା ମହାମାରୀ ଯୋଗୁଁ ଦୀର୍ଘଦୀନ ଧରି ବନ୍ଦ ରହିଥିବା ଜିମ୍ ଗୁଡିକୁ ପୂନର୍ବାର ଖୋଲିବା ପାଇଁ ସରକାର ଅନୁମତି ଦେବାକୁ ଅଲ୍ଓଡିଶା ଜିମ୍ ଓନର୍ସ ଅସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଆସୋସିଏସନ୍ର ସଭାପତି ଡକ୍ଟର ସତ୍ୟଜିତ ଦାସ କହିଛନ୍ତିି ଯେ, କରୋନା ସଂକ୍ରମଣ ପାଇଁ ବିଗତ ଦିନରେ ହୋଇଥିବା ଲକଡାଉନ୍ ସମୟରେ ଜିମ୍ ଗୁଡିକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସେତେବେଳର ସମୟରେ ଏହା ଏକ ଉଚିତ ନିଷ୍ପତ୍ତି ଥିଲା ।

ତେବେ ବର୍ତ୍ତମାନ ୪ର୍ଥ ପଯର୍ଯାୟ ଲକଡାଉନ୍ ଚାଲିଛି ଓ ଏବେ ଜିମ୍ ଗୁଡିକର ପୁନଃ ଖୋଲିବାର ଆବଶ୍ୟକତା ରହିଛି । ପାଖାପାଖି ୨ମାସରୁ ଅଧିକ ଦିନ ଜିମ୍ ବନ୍ଦ ରହିଥିବାରୁ ସ୍ବାସ୍ଥ୍ୟଗତ ସମସ୍ୟା, ରୋଗପ୍ରତିରୋଧକ ଶକ୍ତିର ବୃଦ୍ଧି ଆଦି ଉପଚାର ନିମନ୍ତେ ନିୟମିତ ଜିମ୍ ଆସୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ନକରାମତ୍କ ପ୍ରଭାବ ପକାଉଛି । କେବଳ ସେତିକି ନୁହେଁ ଜିମ୍ ବନ୍ଦ ରହିବା ଦ୍ୱାରା ଏହାର ପ୍ରତିକୂଳ ପ୍ରଭାବ ଜିମ୍ ଓନର୍ସ ମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ଜିମ୍ ମାଲିକମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ହିତାଧିକାରୀଙ୍କ ବ୍ୟବସ୍ଥାରେ କୌଣସି ବିଶେଷ ସୁବିଧା ନଥିବାରୁ ମାଲିକମାନେ କୌଣସି ପ୍ରକାରର ଋଣ ମଧ୍ୟ ପାଇବା ପାଇଁ ସମର୍ଥ ହେଉନାହାନ୍ତି । ଏଣୁ ଲକଡାଉନ୍ ସମୟରେ ଜିମ୍ ଗୁଡିକ ଯେଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ଜିମ୍ ମାଲିକମାନଙ୍କୁ ଆବଶ୍ୟକୀୟ କ୍ଷତିପୂରଣ ସହିତ ଜିମ୍ ଗୁଡିକ ପୂନର୍ବାର ଖୋଲିବା ପାଇଁ ଅନୁମତି ଦେବାକୁ ଡକ୍ଟର ଦାସ ନିବେଦନ କରିଛନ୍ତି ।

Comments are closed.