ଆନ୍ଧ୍ରପ୍ରଦେଶ ଲାଗି ୩ ରାଜଧାନୀ, ୫ ଉପମୁଖ୍ୟମନ୍ତ୍ରୀ ପାଇଁ ମିଳିଲା ରାଜ୍ୟପାଳଙ୍କ ମଞ୍ଜୁରି

ଅମରାବାତୀ ୩୧/୭: ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ଇକ୍ଲୁସିଭ ବିଲ୍-୨୦୨୦କୁ ଶୁକ୍ରବାର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ମଞ୍ଜୁରି ମିଳିଛି। ଫଳରେ ଦେଶରେ ଆନ୍ଧ୍ରପ୍ରଦେଶ ଏପରି ଏକମାତ୍ର ରାଜ୍ୟରେ ପରିଣତ ହେବାକୁ ଯାଉଛି ଯାହାର ଗୋଟିଏ କି ୨ଟି ନୁହେଁ ଏକକାଳୀନ ୩ଟି ରାଜଧାନୀ ରହିବ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ୫ ଜଣ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକରିବେ।

ବିଧେୟକକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିବାମାତ୍ରେ ରାଜ୍ୟ ଆଇନ ବିଭାଗ ଅଧିନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ତୁରନ୍ତ ଗେଜେଟ୍ ଅଧିସୂଚନା ଜାରି କରିଦେଇଛନ୍ତି। ତେବେ ରାଜ୍ୟ ନିମନ୍ତେ ୩ଟି ରାଜଧାନୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଏବେ ଜଗନମୋହନ ସରକାରଙ୍କୁ ଏ ନେଇଥିବା ଆଇନଗତ ପ୍ରତିବନ୍ଧକ ଦୂର କରିବାକୁ ହେବ। ରାଜଧାନୀ ପ୍ରସଙ୍ଗ ଏବେ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ରହିଛି।

Comments are closed.