ଅହମ୍ମଦାବାଦ ଗ୍ୟାସ କଂପାନୀରେ ଦୁର୍ଘଟଣା, ୪ ମୃତ

ଅହମ୍ମଦାବାଦ, ୧୯/୭ : ଗୁଜୁରାଟର ଅହମ୍ମଦାବାଦ ଜିଲ୍ଲାର ଢୋଲକା ତହସିଲର ଢୋଲି ଗାଁରେ ଶନିବାର ରାତି ଗ୍ୟାସ ଲିକ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ଏହି ଗ୍ୟାସ ନିର୍ଗତ ଦୁର୍ଘଟଣା ସିମେଜ ନିକଟରେ ଥିବା ଚିରିପାଲ ଗ୍ରୁପ ଅଫ କଂପାନୀରେ ହୋଇଛି । କୁହାଯାଉଛି ଯେ, ମୃତକମାନେ କାରଖାନାର କର୍ମଚାରୀ ।

ଡେପୁଟି ସୁପରିଟେଣ୍ଡେଣ୍ଟ ନୀତେଶ ପାଣ୍ଡେ କହିଛନ୍ତି, କର୍ମଚାରୀମାନେ ଏକ କ୍ୟାମିକାଲ ୱେଷ୍ଟର ଏକ ଟାଙ୍କି ସଫା କରିବାକୁ ଓହ୍ଲାଉଥିଲେ । ଏହି ସମୟରେ ବିଷାକ୍ତ ଗ୍ୟାସ ନିର୍ଗତ ହୋଇଥିଲା । ଏହି ବିଷାକ୍ତ ଗ୍ୟାସ ଶ୍ୱାସକ୍ରିୟାରେ ପ୍ରବେଶ କରିଥିଲା । ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏନେଇ ଏକ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ନିକଟରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ଏଲଜି ପଲିମର କାରଖାନାରେ ଗ୍ୟାସ ନିର୍ଗତ ହୋଇଥିଲା । ଏହି ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏକ ହଜାରରୁ ଅଧିକ ଲୋକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Comments are closed.