ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ବୁଟ : ଜାଣନ୍ତୁ ଏହାର ଗୁଣ ଓ ସେବନ କରିବା ତରିକା

ଭୁବନେଶ୍ୱର : ଆଧୁନିକ ଯୁଗରେ ମଣିଷ ଏତେ କାର୍ଯ୍ୟ ବ୍ୟସ୍ତ ଯେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଭୁଲି ଯାଇଥାଏ ନଚେତ ସମୟ ଅଭାବରୁ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାଏ | ଏହିଭଳି ସ୍ଥିତିରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ | ଆମ ଘରେ ଏମିତି ଅନେକ ଜିନିଷ ଥାଏ ଯାହା ଜରିଆରେ ଆମେ ଆମ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇପାରିବା | ସେଥିରୁ ଗୋଟିଏ ହେଲା ବୁଟ | ବୁଟ ସାଧାରଣତଃ ସମସ୍ତଙ୍କ ଘରେ ଉପଲବ୍ଧ | ବୁଟର ଅନେକ ଗୁଣ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର | ବୁଟ ଓଜନ କମ କରିବାରେ ସହାୟକ ହୋଇଥାଏ | ବୁଟ କୋଲେଷ୍ଟ୍ରୋଲ ଲେଭଲ କମ କରିବାରେ ମଧ୍ୟ ସହାୟକ ହୋଇଥାଏ |

ବୁଟର କଣ କଣ ଫାଇଦା ଅଛି ଜାଣନ୍ତୁ :

ବୁଟରେ ବହୁ ପରିମାଣରେ ପ୍ରୋଟିନ ରହିଛି | ବୁଟରେ ଫାଇବର ରହିଛି ଯାହା ସହଜରେ ହଜମ ମଧ୍ୟ ହୋଇଥାଏ |
ଯେଉଁମାନଙ୍କୁ ନିଜ ଶକ୍ତି ବୃଦ୍ଧି କରିବାର ଥାଏ କିମ୍ବା ଯେଉଁମାନେ ଜିମ ଯାଉଥାନ୍ତି ସେମାନଙ୍କୁ ବୁଟ ଖାଇବାକୁ ପରାମର୍ଶ ଦିଆଯାଇଥାଏ | ଯଦି ଆପଣଙ୍କ ଓଜନ କମ ଅଛି ଏବଂ ଆପଣ ଓଜନ ବଢାଇବାକୁ ଚାହୁଁଛନ୍ତି ଆପଣ ଗୁଡ ସହିତ ବୁଟ ମିଶାଇ ଖାଇପାରିବେ | ଅନେକ ଲୋକ ବୁଟ, କ୍ଷୀର ଓ ଗୁଡ ମିଶାଇ ଖାଇଥାନ୍ତି | ଏହାଦ୍ୱାରା ଓଜନ ବଢିବା ସହ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ ଏବଂ ହାଡ ଶକ୍ତ ହୋଇଥାଏ | ବୁଟରେ ବହୁ ମାତ୍ରାରେ କ୍ୟାଲସିୟମ ରହିଛି ସେଥିପାଇଁ ଶିଶୁଙ୍କୁ ମଧ୍ୟ ବୁଟ ଦେବା ଉଚିତ | ବଢ଼ିଲା ଶିଶୁଙ୍କ ପାଇଁ ବୁଟ ଅତ୍ୟନ୍ତ ଉପାଦେୟ | ଏହା ବଢ଼ିଲା ଶିଶୁଙ୍କ ମଧ୍ୟରେ ଆବଶ୍ୟକୀୟ ପ୍ରୋଟିନ ଓ ଏନେର୍ଜି ପୁରା କରିଥାଏ | ସିଝା ବୁଟ କିମ୍ବା ଗଜା ବୁଟ ଅତ୍ୟନ୍ତ ହିତକର | ଏହାଦ୍ୱାରା ଏଞ୍ଜାଇମ୍ସ ମିଳିଥାଏ ଓ ସହଜରେ ହଜମ ମଧ୍ୟ ହୋଇଥାଏ |

ବୁଟ ଶରୀରରେ ଥିବା ଅନାବଶ୍ୟକ ଜଳକୁ ହାର୍ଡ କରିଥାଏ | ଶ୍ୱାସ ରୋଗୀ, ଏଲର୍ଜୀ ଥିବା ରୋଗୀ, କିମ୍ବା ଯେଉଁମାନଙ୍କର ବହୁତ ସ୍ୱେଲିଙ୍ଗ ହୋଇଥାଏ ସେମାନେ ଅଟାରେ ବୁଟ ଅଟା ମିଶାଇ ଖାଇବା ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ | ଏହାଦ୍ୱାରା ସ୍ୱେଲିଙ୍ଗ ମଧ୍ୟ କମିଯାଇଥାଏ | ବୁଟରେ ଆଇରନ ମଧ୍ୟ ରହିଛି | ବୁଟ ସହିତ ଗୁଡ ଖାଇଲେ ଆଇରନ ଶରୀରରେ ଆଇରନ ଅଭାବ ଦେଖା ଦେଇନଥାଏ | ବୁଟକୁ ଗୁଣ୍ଡ କରି ଅଟାରେ ମିଶାଇ ପ୍ରତିଦିନ ଖାଇଲେ ଓଜନ କେବେ ମଧ୍ୟ ବଢ଼ିନଥାଏ ବୋଲି କୁହାଯାଏ | ମଧୁମେହ ରୋଗୀଙ୍କ ପାଇଁ ସୁଗାର ଲେଭଲ ନିୟନ୍ତ୍ରଣ କରିବା ପାଇଁ ବୁଟ ଓ ବୁଟ ଅଟାରେ ତିଆରି ରୁଟି ଖାଇବାକୁ ପରାମର୍ଶ ଦିଆଯାଇଥାଏ |

Comments are closed.