ରାଜ୍ୟର ୬ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୮ : ଆଜି ରାଜ୍ୟର ୬ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଆସନ୍ତା ୧୬ ତାରିଖ ଯାଏ ରାଜ୍ୟର ୧୦ରୁ ଅଧିକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି କୋରାପୁଟ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ ଓ ସମ୍ବଲପୁର ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତାକାଲି ଜଗତସିଂହପୁର, ପୁରୀ, କନ୍ଧମାଳ, ଢ଼େଙ୍କାନାଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଦେବଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତାକାଲି ବର୍ଷାର ପରିମାଣ କିଛିଟା ବୃଦ୍ଧି ପାଇବ। ମୌସୁମି ସକ୍ରିୟ ଥିବାରୁ ସମୁଦ୍ର ଓ ଉପକୂଳରେ ୫୦ କିମି ବେଗରେ ପବନ ବହିବ। ତେଣୁ ୧୪ ଓ ୧୫ ତାରିଖରେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Comments are closed.