ଆଇସିସି ଏକଦିବସୀୟ ର‌୍ୟାଙ୍କିଗ : ବ୍ୟାଟ୍ସମ୍ୟାନ ଭାବେ ଶୀର୍ଷ ୨ଟି ସ୍ଥାନରେ ବିରାଟ ଓ ରୋହିତ

ନୂଆଦିଲ୍ଲୀ, ୨୯/୭ : ବର୍ତ୍ତମାନ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଏକଦିବସୀୟ ର‌୍ୟାଙ୍କିଗରେ ବ୍ୟାଟ୍ସମ୍ୟାନ ଭାବେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ସେ ୮୭୧ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ୮୫୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ରୋହିତ ଶର୍ମା । ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜମ ୮୨୯ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ଏକଦିବସୀୟ ବୋଲର ର‌୍ୟାଙ୍କିଗରେ ନ୍ୟୁଜଲାଣ୍ଡର ପେସର ଟ୍ରେଣ୍ଟ ବୋଲଟ ୭୨୨ ରେଟିଙ୍ଗ ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିଡ ଷ୍ଟାର ଜଶପ୍ରୀତ ବୁମରା ୭୧୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତୃତୀୟରେ ସ୍ଥାନରେ ରହିଛନ୍ତି ଆଫଗାନିସ୍ତାନ ସ୍ପିନର ମୁଜିବୁର ରେହମାନ ।

ଦିନିକିଆ ଅଲରାଉଣ୍ଡର ସୂଚୀରେ ଆଫଗାନିସ୍ତାନର ମହମ୍ମଦ ନବୀ ଶୀର୍ଷରେ ରହିଥିବା ବେଳେ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଅଲରାଣ୍ଡର ରବୀନ୍ଦ୍ର ଜାଡେଜା ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ।

ଅନ୍ୟପକ୍ଷରେ ଦଳ କଥା କହିଲେ ଇଂଲଣ୍ଡ ୧୨୭ ପଏଣ୍ଟ ସହ ଶୀର୍ଷରେ ରହିଥିବାବେଳେ ୧୧୯ ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।

Comments are closed.