କରାଚୀ ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯୭କୁ ବୃଦ୍ଧି

33

କରାଚୀ,୨୩/୫: ପାକିସ୍ତାନର କରାଚୀରେ ଗତକାଲି ସନ୍ଧ୍ୟାରେ ହୋଇଥବା ବିମାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୯୭ରେ ପହଞ୍ଚିଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ (ପିଆଇଏ)ର ଏକ ଯାତ୍ରୀ ବିମାନ ଜିନ୍ନା ଏୟାରପୋର୍ଟ ନିକଟରେ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନ ଦୁର୍ଘଟଣାରେ ଏଯାଏଁ ୯୭ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଆହୁରି କିଛି ଲୋକ ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରୁ ୨ ଜଣ ଲୋକ ବର୍ତ୍ତି ଯାଇଥିବା ମିଡିଆ ରିପୋର୍ଟରୁ ଜଣାଯାଇଛି । ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀ ଯୋଗୁଁ ପାକିସ୍ତାନ ଏକ ସପ୍ତାହ ପୂର୍ବରୁ ବିମାନ ଉଡାଣ ସେବା କୋହଳ କରିଥିଲା ।

Comments are closed.