ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ : ପ୍ରାୟୋଜକ ରହିବ ଭିଭୋ

ମୁମ୍ବାଇ,୨ /୮ : ଇଣ୍ଡିଆ ପ୍ରିମିୟର ଲିଗ ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଖେଳାଯିବ । ଫାଇନାଲ ନଭେମ୍ବର ୧୦ରେ ଖେଳାଯିବ । ମ୍ୟାଚଗୁଡ଼ିକ ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା ବେଳେ ଅନୁଷ୍ଠିତ ହେବ ।

ଆଜି ଅନୁଷ୍ଠିତ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହି ପ୍ରସ୍ତାବରେ ଚୂଡ଼ାନ୍ତ ମୋହର ମରାଯାଇଛି । ୟୁଏଇରେ ଆଇପିଏଲ ଆୟୋଜନ କରାଯିବାକୁ ଭାରତ ସରକାର ମଧ୍ୟ ମଂଜୁରୀ ପ୍ରଦାନ କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚୀନ ମୋବାଇଲ କମ୍ପାନି ଭିଭୋ ଆଇପିଏଲର ପ୍ରାୟୋଜକ ବଜାୟ ରହିବ । ବିସିସିଆଇ ପକ୍ଷରୁ ଭିଭୋ ସହ ହୋଇଥିବା ଚୁକ୍ତି ଓ ଆଇନଗତ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

Comments are closed.