ଆଜି ଆଇପିଏଲ ପରିଚାଳନା ପରିଷଦ ବୈଠକ

ନୂଆଦିଲ୍ଲୀ, ୨/୮ : ଆଜି ଆଇପିଏଲ ପରିଚାଳନା ପରିଷଦ ବୈଠକ ବସୁଛି। ସମସ୍ତ ୮ଟି ଟିମର ନଜର ଏହି ବୈଠକ ଉପରେ ରହିଛି । ବୈଠକର ନିଷ୍ପତ୍ତି ଅନୁସାରେ ୟୁଏଇ ଗସ୍ତର ଯୋଜନା କରିବେ ଟିମ । କରୋନା କାରଣରୁ ଆଇପିଏଲର ୧୩ତମ ସଂସ୍କରଣ ୟୁଏଇରେ ଆୟୋଜନ ହେବ । ଆଇପିଏଲର ଚେୟାରମ୍ୟାନ ବୃଜେଶ ପଟେଲ କହିଛନ୍ତି ଯେ, ଏହି ବୈଠକରେ ଲିଗ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ ।

Comments are closed.