ରାଜ୍ୟର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୩୧/୫: ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓ ଅରୁଣ ବୋଥ୍ରାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ଅନ୍ୟ ଦୁଇଜଣ ଆଇପିଏସ ଅଫିସରଙ୍କୁ ବଦଳି କରିଛନ୍ତି । ଗୁଇନ୍ଦା ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସତ୍ୟଜିତଙ୍କୁ ହୋମଗାଡ ଓ ସିଭିଲ୍ ଡିଫେନ୍ସର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ସେସୁ ସିଇଓ ଅରୁଣ ବୋଥ୍ରାଙ୍କୁ ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଆହୁରି ମଧ୍ୟ ବାଲେଶ୍ୱର ଏସପି ଯୁଗଳ କିଶୋରଙ୍କୁ କଟକକୁ ବଦଳି କରାଯାଇଛି । ସେହିପରି କ୍ରାଇମବ୍ରାଞ୍ଚ ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଲେଶ୍ୱର ଏସପି ଭାବେ ବଦଳି କରାଯାଇଛି ।

Comments are closed.