ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ମାମଲା : ଜଳେଶ୍ୱର ଥାନା ଆଇଆଇସିଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର, ୧୫/୮ : ବାଲେଶ୍ୱରରେ ପୋଲିସ ଓ ବ୍ରାଉନସୁଗାର ମାଫିଆଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ୍ ଘଟଣାରେ ଥାନା ଅଧିକାରୀ ଧନେଶ୍ୱର ସାହୁଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ଅଭୟ। ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଡିଜିପି ।

ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି । ନିଶା କାରବାର ଧରାପଡ଼ି ଜାମିନରେ ବାହାରିବା ପରେ ମାଫିଆ ଜଣକ ଜବତ ଗାଡ଼ିକୁ ଛଡ଼ାଇବା ପାଇଁ ପୁଲିସ ଅଧିକାରୀଙ୍କ ସହ ମୁଲଚାଲ କରିଛନ୍ତି । ବାଲେଶ୍ୱର ଜିଲ୍ଲା ଜଲେଶ୍ୱରରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଯାହାର ଅଡିଓ କ୍ଲିପ ଭାଇରାଲ ହୋଇଛି। ଏହା ପରେ ଆକ୍ସନକୁ ଆସିଥିଲେ ପୂର୍ବାଞ୍ଚଳ ରେଂଜ୍‌ ଆଇଜି ଦୀପ୍ତେଶ ପଟ୍ଟନାୟକ । ତଦନ୍ତରେ ସାମ୍ନାକୁ ଆସିଥିବା ଫୋନ୍‌ କଲ୍‌ ଅଡିଓ ଜଳେଶ୍ୱର ଥାନା ଅଧିକାରୀଙ୍କର ବୋଲି ସ୍ପଷ୍ଟ କରିଥିଲେ ଅତିରିକ୍ତ ଏସପି ।

ଏହି ଭାଇରାଲ ଫୋନ କଥାବାର୍ତ୍ତାରେ ଅଭିଯୋଗ ଅନୁସାରେ ଗୋଟିଏ ପଟେ ଅଛନ୍ତି ଜଣେ ଡ୍ରଗ୍ସ ମାଫିଆ ଓ ଆଉ ଗୋଟିଏ ପଟେ ଅଛନ୍ତି ଜଳେଶ୍ୱର ଥାନାର ଆଇଆଇସି ଧନେଶ୍ୱର ସାହୁ । ମାଫିଆ ଜଣକ ପୁଲିସ ଆଇଆଇସିଙ୍କୁ ୨ଲକ୍ଷ ଟଙ୍କା ଦେଇଥିବା କଥା କହୁଛନ୍ତି ।ସେପଟେ ପୁଲିସ ଓ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ମଧ୍ୟସ୍ଥି ସାଜିଛନ୍ତି ଜଣେ ଓକିଲ । ସେହି କଥାବାର୍ତ୍ତାର ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଛି ।

Comments are closed.