କେନ୍ଦ୍ରାପଡ଼ାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ଲାଜମା ଦାନ ଓ କୋଭିଡ ଚିକିତ୍ସାର ସମୀକ୍ଷା

ମହାକାଳପଡ଼ା,୩୧/୭- (କେଶବ ଚରଣ ନାଥ ) : ଗତକାଲି (ଗୁରୁବାର) ଦିନ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୋଭିଡ ଚିକିତ୍ସା ଓ ପ୍ଲାଜମା ଦାନ ନେଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସହିତ ସବିଶେଷ ଆଲୋଚନା କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଧାୟକ ପ୍ରତାପ ରୁଦ୍ର ଦେବ , ଶଶିଭୂଷଣ ବେହେରା, ଧ୍ରୁବ ସାହୁ, ଓ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ, ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ଡି. ଆର. ଡି. ଏ. ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ କୁମାର ପରିଡା, ଡି. ଆଇ. ପି. ଆର. ଓ. ଚନ୍ଦ୍ରକାନ୍ତନାୟକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ଜିଲାରୁ ଚି଼ହ୍ନଟ ୪୪୯ ପଜେଟିଭ ମଧରୁ ସଂକ୍ରମଣ ମୁକ୍ତ ଭାବେ ସୁସ୍ଥ ହୋଇ ଫେରିଥିବା ୩୬୭ ଜଣକୁ ପ୍ଲାଜମା ଦାନ ନେଇ ସଚେତନ କରାଇବା, ପଂଚାୟତ କୋଭିଡ କେୟାର କେନ୍ଦ୍ର, କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସୁରକ୍ଷା, ଜିଲ୍ଲାକୁ ଫେରିଥିବା ୫୦ ହଜାର ପ୍ରବାସୀଙ୍କୁ କିପରି ରୋଜଗାର ମିଳିପାରିବ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆଗାମୀ ଦିନରେ ମନ୍ତ୍ରୀଙ୍କ ଦାୟିତ୍ୱ ନ୍ୟସ୍ତ ଜିଲ୍ଲା ଭାବେ କେନ୍ଦ୍ରାପଡାବାସି କିପରି କରୋନା ମହାମାରୀର ଉଚିତ ମୁକାବିଲା କରିପାରିବେ ଏନେଇ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନଙ୍କୁସୂଚନା ପ୍ରଦାନ କରିଥିଲେ।

Comments are closed.