ଜୁନ୍ ୩୦ ଯାଏଁ ବଢିଲା ଲକ୍ ଡାଉନ୍, କଣ୍ଟେନମେଣ୍ଟ ଅଞ୍ଚଳରେ ରହିବ କଟକଣା

ନୂଆଦିଲ୍ଲୀ,୩୧/୫ : କରୋନା ମୁକାବିଲା ପାଇଁ ପୁଣି ଏକ ମାସ ବଢିଲା ଲକ୍ ଡାଉନ୍ । କଣ୍ଟେନମେଣ୍ଟ ଅଞ୍ଚଳ ରେ କଟକଣା ଆଉ ଜୁନ୍ ୩୦ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ଆଜି ସରିବ ଦେଶବ୍ୟାପୀ କରୋନା ଲକ୍ ଡାଉନ୍ ୪.୦ । ତେବେ ଯେଉଁ ଅଂଚଳ ଗୁଡିକରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଠାରେ ଆଉ ମାସେ କରୋନା ଲକ୍ ଡାଉନ୍ ବୃଦ୍ଧି କରାଯାଇଛି । ସବୁ ସ୍ଥାନରେ କଟକଣାକୁ ପର୍ଯ୍ୟାୟ କ୍ରମେ କୋହଳ କରାଯିବ ।

ରାତି ୯ ଟା ରୁ ସକାଳ ୫ ଟା ଯାଏଁ କର୍ଫ୍ୟୁ ଜାରି ରହିବ । କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳ ରେ ପୂର୍ବପରି ସପିଙ୍ଗ ମଲ, ରେଷ୍ଟୁରାଣ୍ଟ , ଧାର୍ମିକ କାର୍ଯ୍ୟ ଆଦି ବନ୍ଦ୍ ରହିବ । ଅନ୍ୟ ଅଞ୍ଚଳ ଗୁଡିକରେ ସପିଙ୍ଗ ମଲ, ଧାର୍ମିକ ଅନୁଷ୍ଠାନ, ରେଷ୍ଟୁରାଣ୍ଟ ଆଦି ଜୁନ୍ ୮ ରୁ ଖୋଲିବ ।

Comments are closed.