ଜୁନ ୮ ରୁ ଖୋଲିବ ସପିଙ୍ଗ ମଲ, ରେଷ୍ଟୁରାଣ୍ଟ ଓ ଧାର୍ମିକ ସ୍ଥଳ

ନୂଆଦିଲ୍ଲୀ,୩୧/୫: କରୋନା ମୁକାବିଲା ପାଇଁ ଆଉ ମାସେ ଲକ୍ ଡାଉନ୍ । କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଢ଼ିଲା ଲକଡ଼ାଉନ୍ ଅବଧି। ତେବେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସେହିଭଳି ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ହସ୍ପିଟାଲିଟି ସେବା ଆରମ୍ଭ ହେବ। ସପିଙ୍ଗ୍ ମଲ ମଧ୍ୟ ଖୋଲିପାରିବ। ତେବେ ଏହିସବୁ ସେବା ଆରମ୍ଭ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯିବ।

ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଖୋଲିବ କି ନାହିଁ, ସେ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଅଭିଭାବକ ଓ ଅନ୍ୟମାନଙ୍କ ସହ ଜୁଲାଇ ମାସରେ ଆଲୋଚନା କରି ନିଷ୍ପତ୍ତି ନେଇ ପାରିବେ। ତୃତୀୟ ପର୍ଯ୍ୟାୟରେ ଆନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ଟ୍ରେନ୍, ସିନେମା ହଲ, ଜିମ, ସୁମିଂ ପୁଲ, ବାର, ଅଡିଟୋରିୟମ ଆଦି ଖୋଲିବ। ରାତ୍ରୀକାଳୀନ କର୍ଫ୍ୟୁ କରି ରହିବ। ଅତ୍ୟାବଶ୍ୟକ ତଥା ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ।

Comments are closed.