ଅକ୍ଟୋବରରେ ​‌ଦେଶର ସମସ୍ତ ନାଗରିକଙ୍କୁ କରୋନା ଟୀକା ଦେବ ରୁଷ

ମସ୍କୋ : ଅକ୍ଟୋବରରେ ଦେଶରେ ଗଣ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ କରିବ ରୁଷ । ଏଥିପାଇଁ ସମସ୍ତ ଯୋଜନା ହୋଇଛି ଏବଂ କରୋନା ମୁକାବିଲା ନିମନ୍ତେ ଦେଶର ସମସ୍ତ ନାଗରିକଙ୍କୁ କରୋନା ଟୀକା ଦିଆଯିବ ବୋଲି ରୁଷ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ ମୁରାସକୋ କହିଛନ୍ତି ।

ରଏଟର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗଣମାଧ୍ୟମକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମିଖାଇଲ ବ୍ୟବହାର ହେବାକୁଥିବା ଟୀକା ସମ୍ପର୍କରେ ବିସ୍ତୃତ ଭାବରେ କିଛି କହିବାକୁ ମନା କରି ଦେଇଛନ୍ତି । ତେବେ ଅଗଷ୍ଟ ଦ୍ଵିତୀୟ ସପ୍ତାହ ସୁଦ୍ଧା ଏହି ଟିକା ଅନୁମୋଦନ ଲାଭ କରିବ । ପ୍ରଥମେ ଏହି ଟୀକା ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାଙ୍କୁ ପ୍ରଦାନ କରାଯିବ । ଏହାପରେ ଶିକ୍ଷକମାନଙ୍କୁ ଟୀକାକରଣ କରାଯିବ ବୋଲି ମିଖାଇଲ୍ କହିଛନ୍ତି ।

Comments are closed.