ପାଞ୍ଚ ବର୍ଷରେ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ, ଖରିଫ ଫସଲ ପାଇଁ ଚିନ୍ତା ବଢ଼ିଲା

ନୂଆଦିଲ୍ଲୀ, ୧/୮ : ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜୁଲାଇ ମାସରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି। ସାଧାରଣତଃ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଜୁଲାଇରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷର କମ୍ ବର୍ଷା ଯୋଗୁଁ ଖରିଫ ଫସଲକୁ ନେଇ ଏବେ ଚିନ୍ତା ବଢିଛି। ବିଶେଷକରି ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ଓଡିଶା ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।

ଯଦି ଅଗଷ୍ଟ ମାସରେ ୯୭ ପ୍ରତିଶତ କମ୍ ବର୍ଷା ହୁଏ, ତେବେ ଏହାର ସିଧାସଳଖ ପ୍ରଭାବ ତୈଳ ଏବଂ ଡାଲି ଜାତୀୟ ଫସଲ ଉପରେ ପଡିଥାଏ। ଜୁଲାଇ ମାସରେ ଦେଶରେ ହାରାହାରି ୨୮୫.୩ ମିଲିମିଟର ବର୍ଷା ସହିତ ୯୦ ପ୍ରତିଶତ ଏଲପିଏ ବର୍ଷା ହୋଇଥିବାବେଳେ ଭାରତୀୟ ପାଣିପାଗ ବିଭାଗ ୧୦୩ ପ୍ରତିଶତ ଏଲପିଏ ଆକଳନ କରିଛି।

ଦକ୍ଷିଣ ରାଜ୍ୟ ବ୍ୟତୀତ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ଜୁନ ତୁଳନାରେ ଜୁଲାଇରେ କମ୍ ବର୍ଷା ହୋଇଛି। ଫାଇନାନ୍ସିଆଲ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁଯାୟୀ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟ ମାସ ଗୁରୁତ୍ୱପୂର୍ଣ୍ଣ। କାରଣ ଶୁକ୍ରବାର ପ୍ରକାଶିତ ବିବରଣୀରେ ଆଇଏମଡି ଅଗଷ୍ଟ ମାସର ପୂର୍ବାନୁମାନକୁ ପରିବର୍ତ୍ତନ କରିନାହିଁ। ଉଭୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ମୌସୁମୀ ଏଲପିଏ ୧୦୪ ଆକଳନ କରାଯାଇଛି।

ସରକାରୀ ତଥ୍ୟ ଅନୁଯାୟୀ, ଜୁନରୁ ଜୁଲାଇ ମଧ୍ୟରେ ମୌସୁମୀ ସ୍ୱାଭାବିକ ଥିଲା। ଜୁନ୍ ମାସରେ ଏଲପିଏ ୧୧୮ ପ୍ରତିଶତ ବର୍ଷା ରେକର୍ଡ ହୋଇଥିଲା। ମୌସୁମ ଶୀଘ୍ର ପହଞ୍ଚିବା ଏବଂ ଜୁନ୍ ମାସରେ ସାଧାରଣ ବର୍ଷା ଠାରୁ ୧୮ ପ୍ରତିଶତ ଅଧିକ ହେବା, ଚଳିତ ବର୍ଷ ଖରିଫ୍ ଚାଷ ବହୁତ ଭଲ ଥିଲା। କିନ୍ତୁ ଜୁଲାଇ ମାସର କମ୍ ଖରିଫ୍ ଚାଷ ପାଇଁ ସମସ୍ୟା ସୃଷ୍ଟି କରିଛି।

Comments are closed.