ଦେଶରେ କରୋନା ମୃତକଙ୍କ ସଂଖ୍ୟା ୩ ହଜାର ୪୩୫କୁ ବୃଦ୍ଧି, ୧,୧୨,୩୫୯ ଆକ୍ରାନ୍ତ

8

ନୂଆଦିଲ୍ଲୀ,୨୧/୫: ଦେଶରେ କରୋନା ଭାଇରସ ଭୂତାଣୁ ଯୋଗୁଁ ମୃତକଙ୍କ ସଂଖ୍ୟା ୩ ହଜାର ୪୩୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ସକାଳୁ ଏହି ସୂଚନା ଦିଆଯାଇଛି । ଏହି ମାରାତ୍ମକ ଭାଇରସରେ ୧ ଲକ୍ଷ ୧୨ ହଜାର ୬୨୪ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୬୩ ହଜାର ୬୨୪ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି ୪୫ ହଜାର ୨୯୯ ଜଣ ।

ବିଗତ ୨୪ ଘଣ୍ଟା ମଧ୍ୟରେ କେବଳ ୫ ହଜାର ୬୧୧ ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଭାରତରେ ଏହା ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୩୯ ହଜାର ୨୯୭ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୩୯୧ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୭୪୯, ମଧ୍ୟପ୍ରଦେଶରେ ୨୬୭, ଓ ପଶ୍ଚିମବଙ୍ଗରେ ୨୫୩ ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୪୭, ଦିଲ୍ଲୀରେ ୧୭୬ ଓ ତାମିଲନାଡୁରେ ୮୭ ଜଣ ଜୀବନ ହାରିଛନ୍ତି ।

Comments are closed.