ଦେଶରେ ଆଜି ୬୫ ହଜାର ୦୦୨ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨, ମୃତ୍ୟୁ ସଂଖ୍ୟା ୪୯,୦୩୬

ନୂଆଦିଲ୍ଲୀ, ୧୫/୮ : ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ଦେଶର ୬୫ ହଜାର ୦୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଲକ୍ଷ ୨୬ ହଜାର ୧୯୨ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୯୯୬ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪୯ ହଜାର ୦୩୬କୁ ବୃଦ୍ଧି ପାଇଛି।

ଦେଶରେ ଏବେ ୬ ଲକ୍ଷ ୬୮ ହଜାର ୨୨୦ ସକ୍ରିୟ ରୋଗୀ ରହିଥିବାବେଳେ ୧୮ ଲକ୍ଷ ୦୮ ହଜାର ୯୩୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.