୪୮ ଘଣ୍ଟା ମଧ୍ୟରେ କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ : ଏସଆରସି

12

ଭୁବନେଶ୍ୱର,୨୦/୫: ମହାବାତ୍ୟା ଉମ୍ପାନକୁ ନେଇ ଏସଆରସିଙ୍କ ପ୍ରେସ ମିଟ। ବାତ୍ୟାର ତାଜା ସ୍ଥିତି ସମ୍ପର୍କରେ ଦେଲେ ସୂଚନା । ବାତ୍ୟା ଦିନ ୨.୩୦ ପରଠାରୁ ପଶ୍ଚିମବଙ୍ଗର ସାଗରଦୀପ ଆଡକୁ ଲ୍ୟାଣ୍ଡଫଲ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା । ବାତ୍ୟାରେ ଦ୍ୱାରା ଆମ ରାଜ୍ୟର ୪ ଜିଲ୍ଲା ବିଶେଷ ଭାବେ କ୍ଷୟକ୍ଷତି ହୋଇଛି। ଗଛ ଉପୁଡିଛି । ବିଦ୍ୟୁତ ସରବରାହ ବନ୍ଦ ହୋଇଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । କିଛି ସ୍ଥାନରେ ସରକାରୀ ବାସଗୃହ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଟେଲିଫୋନ ଟାୱାର ଗୁଡିକ ଆଂଶିକ ଭାବେ ପ୍ରଭାବିତ ହୋଇଛି ।

ବାତ୍ୟା ପରେ ଘର ଭଙ୍ଗା କ୍ଷୟକ୍ଷତିର ଆକଳନ କରାଯାଉଛି । ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ପାଇଁ ୪୮ ଘଣ୍ଟା ସମୟ ଦିଆଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ୪୮ ଘଣ୍ଟା ମଧ୍ୟରେ ପ୍ରାରମ୍ଭିକ କ୍ଷୟକ୍ଷତିର ରିପୋର୍ଟ ରାଜ୍ୟସରକାରଙ୍କୁ ପ୍ରଦାନ କରିବେ । ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ୱରରେ ବିଶେଷ କ୍ଷୟକ୍ଷତି ହୋଇଛି ।

Comments are closed.