ଓଡ଼ିଆ ସମାଜ ଆବୁଧାବି (ଓସା)ର କ୍ଷୁଦ୍ର ପ୍ରୟାସ, ଓଡ଼ିଆ ମୁହଁରେ ହସ

23

ଭୁବନେଶ୍ୱର,୨୩/୫: ସେ ଥିଲେ ଘର ର ମେରୁଦଣ୍ଡ । ଦୀର୍ଘ ୧୧ବର୍ଷ ହେଲା ଆବୁଧାବି ରେ କାମ କରି ଘର ଚଳାଉଥିଲେ ଘରେ ସେ ଥିଲେ ସାନ ପୁଅ । ତାଙ୍କର ଚାରି ଭଉଣୀ । ଆବୁଧାବି ରେ ଚାକିରୀ କଲା ପରେ ସମସ୍ତଙ୍କର ବିଭାଘର କରିପାରିଥିଲେ । ଘରେ ତିନି ପ୍ରାଣୀ ସମସ୍ତେ ମହେନ୍ଦ୍ରଙ୍କ ଭରସାରେ ଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଭଗବାନ ଶେଷରେ ନିଷ୍ଠୁର ହୋଇଗଲେ । ଘରେ ବୁଢ଼ି ମା,ସ୍ତ୍ରୀ, ୪ ବର୍ଷର ଝିଅ, ତାଙ୍କର ଫେରିବା ବାଟ କୁ ଚାହିଁ ବସିଥିଲେ ସେମାନେ ମହାମାରୀ କରୋନା ବିଷୟରେ କିଛି ଜାଣିବା ପୂର୍ବରୁ ସବୁଦିନ ପାଇଁ ହରାଇଲେ ମହେନ୍ଦ୍ର ଙ୍କୁ । କିନ୍ତୁ, ଏହି ବିପଦରେ ସାହାଯ୍ଯ ର ହାତ ବଢେଇଥିଲେ , ଆବୁଧାବି ଓଡ଼ିଆ ସମାଜ ଅବୁଧାବି (ଓସା) ର କର୍ମକର୍ତ୍ତା । ଓସା ର କର୍ମକର୍ତ୍ତା ଗଣ, ଅବୁଧାବିରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିଥିଲେ । ତାଙ୍କ ମରଶରୀରକୁ ତାଙ୍କର ଜନ୍ମସ୍ଥାନ ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଚନ୍ଦନପୁର ପଂଚାୟତ ରେ ଥିବା ଗୁପ୍ତିରା ଗ୍ରାମକୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ତା କରିଥିଲେ । ଓସାର ସଦସ୍ୟମାନେ ତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ୬୧, ୦୦୦ ଟଙ୍କା ର ପ୍ରାଥମିକ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ଆହୁରି ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ନିଜର ସମୟ ଓ ଅର୍ଥ ବିନିଯୋଗ କରି ତୃଣମୂଳ ସ୍ତରରେ ସାହାଯ୍ୟ ପହଞ୍ଚାଇ ପାରିଥିବାରୁ , ଓସା ର ଏହି କମିଟି ପ୍ରଶଂସାର ପରିଭାଜନ ପାଲଟିଛନ୍ତି । ଓସା ର ସଭାପତି ଶ୍ରୀ ପ୍ରଦୀପ କୁମାର ରଥ, ଓଡ଼ିଆ ସମାଜ ଆବୁଧାବି ର ସମସ୍ତ ସଭ୍ୟମାନଙ୍କୁ ସହାୟତାର ହାତ ବଢାଇଥିବାରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଆମ ମାତୃଭୂମି ଉତ୍କଳର କଳା, ସଂସ୍କୃତି, ସାହିତ୍ୟ , ସଂଗୀତ ଓ ଭାଷା କୁ ବିଦେଶ ମାଟିରେ ପରିଚିତ କରାଉଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ନେଇ ଗଠିତ ଓଡ଼ିଆ ସମାଜ ଆବୁଧାବି (ଓସା) ର ଏହି ସାହାଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ।

Comments are closed.