ବସ ଚାଲିଲା ହେଲେ ଲୋକ ନାହାନ୍ତି, ବନ୍ଦ ହୋଇପାରେ ବସ ଚଳାଚଳ ! ପରିବହନ ମନ୍ତ୍ରୀଙ୍କୁ ଭେଟିଲେ ବସ ମାଲିକ ସଂଘ

ଭୁବନେଶ୍ୱର,୩୧/୫: ବସ ଚଳାଚଳ ପ୍ରସଙ୍ଗରେ ବଢ଼ିଲା ସରକାରଙ୍କ ଚିନ୍ତା । ପ୍ରଥମେ ବସ ଚାଲୁନଥିବାରୁ ଚିନ୍ତା ହେଉଥିବାବେଳେ ଏବେ ବସ ଚାଲିବା ଆରମ୍ଭ ପରେ ବସରେ ଲୋକ ଯାଉ ନଥିବାରୁ ସରକାରଙ୍କର ଚିନ୍ତା ବଢ଼ିଛି ।

ଏ ସମ୍ପର୍କରେ ଘରୋଇ ବସ ମାଲିକ ସଂଘ ପରିବହନ ମନ୍ତ୍ରୀଙ୍କୁ ଭେଟି ଅବଗତ କରାଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆବଶ୍ୟକ ଯାତ୍ରୀ ବସରେ ଯାଉନଥିବାରୁ ବସ ଚଳାଚଳ ପୁଣି ଥରେ ବନ୍ଦ ହୋଇଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ କହିବା ଅନୁସାରେ ବସ ରେ ଯାତ୍ରୀ ନ ଗଲେ ବସ କେମିତି ଚାଲିବ।

ଅନ୍ୟପକ୍ଷରେ ରାଜ୍ୟର ଟ୍ରକ, ଅଟୋ, ଟ୍ୟାକ୍ସି ଆଦି ପାଇଁ ବିଭିନ୍ନ ସହାୟତା ସମ୍ପର୍କରେ ଆଲୋଚନା ଚାଲିଥିବା ମନ୍ତ୍ରୀ କହିଛନ୍ତି । କରୋନା ଯୋଗୁ ରାଜ୍ୟର ରାଜସ୍ୱ ବ୍ୟାପକ ହ୍ରାସ ପାଇଥିବାରୁ ସମସ୍ତଙ୍କୁ ସହାୟତା ଦେବା ସମ୍ଭବ ନୁହେଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

Comments are closed.