ଆଇପିଏଲ ପ୍ରାୟୋଜକ ଦୌଡ଼ରେ ପତଞ୍ଜଳି

ନୂଆଦିଲ୍ଲୀ, ୧୦/୮ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ। ସ୍ପନସରଶିପ୍‌ ଲାଗି କମ୍ପାନୀ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଥିବା ନେଇ ପତଞ୍ଜଳି ସ୍ପଷ୍ଟ କରିଛି।

ନିକଟ ଅତୀତରେ ବିସିସିଆଇ ଭିଭୋ ସହିତ ହୋଇଥିବା ଚୁକ୍ତି ରଦ୍ଦ କରିଦେଇଥିଲା। ଏହା ପରେ ବିଭିନ୍ନ କମ୍ପାନୀଗୁଡ଼ିକ ସହିତ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ମଧ୍ୟ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି। ପତଞ୍ଜଳିର ମୁଖପାତ୍ର ଏସ. କେ. ତିଜାରାୱାଲା କହିଛନ୍ତି ଯେ, ଆମେ ଚଳିତବର୍ଷ ଆଇପିଏଲର ଟାଇଟଲ ସ୍ପନସରଶିପ୍‌ ନେବାକୁ ବିଚାର କରୁଛୁ। ଆମେ ପତଞ୍ଜଳି ବ୍ରାଣ୍ଡକୁ ବିଶ୍ଵସ୍ତରକୁ ନେବାକୁ ଚାହୁଁଛୁ। ଏଥିପାଇଁ ଆଇପିଏଲ ଲିଗ୍‌ ଉପଯୁକ୍ତ ମଞ୍ଚ। ତେଣୁ ସେ ଏଥିପାଇଁ ବିସିସିଆଇକୁ ଏକ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି।

Comments are closed.