ଅନଲାଇନ ପ୍ରମୋସନ ପାଇଁ ଅଡୁଆରେ ବିରାଟ କୋହଲି

ଚେନ୍ନାଇ, ୨/୮ : ଅନଲାଇନ ଗ୍ୟାମ୍ବଲିଙ୍ଗକୁ ନେଇ ବିବାଦରେ ଫସିଯାଇଛନ୍ତି ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି | କୋହଲିଙ୍କୁ ଗିରଫ କରିବାକୁ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାଏର କରାଯାଇଛି | ଅନଲାଇନ ଗ୍ୟାମ୍ବଲିଙ୍ଗକୁ ସେ ପ୍ରମୋଟ କରୁଥିବା ଅଭିଯୋଗ ହୋଇଛି | ଆବେଦନରେ ସେହି ସବୁ ଆପକୁ ବ୍ୟାନ କରିବାକୁ ଦାବି କରାଯାଇଛି ଯେଉଁସବୁ ଆପ ମାଧ୍ୟମରେ ଅନଲାଇନ ଗ୍ୟାମ୍ବଲିଙ୍ଗ ହେଉଛି | ଏହାର ଖରାପ ପ୍ରଭାବ ଯୁବପିଢ଼ି ଉପରେ ପଡୁଥିବା ଆବେଦନରେ କୁହାଯାଇଛି | ଅନଲାଇନ ଗ୍ୟାମ୍ବଲିଙ୍ଗର ଏହି ପ୍ରମୋସନ ପାଇଁ ବିରାଟ କୋହଲି ଓ ଅଭିନେତ୍ରୀ ତମନ୍ନାଙ୍କୁ ବ୍ୟବହାର କରାଯାଉଛି ବୋଲି ମଧ୍ୟ ଆବେଦନରେ ଉଲ୍ଲେଖ ରହିଛି |

ଚେନ୍ନାଇର ଜଣେ ଓକିଲ ହାଇକୋର୍ଟରେ ଆବେଦନ କରିଛନ୍ତି | ଓକିଲ କହିଛନ୍ତି ଯେ ଏହିସବୁ ଖରାପ କାମକୁ ପ୍ରୋତ୍ସାହନ ଦେଉଥିବା ଷ୍ଟାରମାନଙ୍କୁ ଗିରଫ କରାଯିବ ଉଚିତ | ଆବେଦନରେ କୁହାଯାଇଛି ଯେ, ଏହିଭଳି ଏକ ଆପରେ ଜୁଆ ଖେଳିବାକୁ ଜଣେ ଯୁବକ ଟଙ୍କା ଧାର କରିଥିଲେ କିନ୍ତୁ ଯେତେବେଳେ ସେ ଟଙ୍କା ସୁଝି ପାରିନଥିଲେ ଆଉ କୌଣସି ଉପାୟ ନ ପାଇ ଆତ୍ମହତ୍ୟା କରିଥିଲେ | ଏହି ମାମଲାର ଶୁଣାଣି ଅଗଷ୍ଟ ୪ ତାରିଖରେ ହେବ |

Comments are closed.